Image Courtesy of NDTV
ବେଙ୍ଗାଲୁରୁ: କଲେଜ ପରିସର ମଧ୍ୟରୁ ଜଣେ ୨୭ ବର୍ଷିୟ କ୍ୟାଡେଟ୍ ଟ୍ରେନିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯିବା ପରେ ବେଙ୍ଗାଲୁରୁରେ ବାୟୁସେନାର ୬ଜଣ ଅଧିକାରୀଙ୍କ ନାମରେ ନରହତ୍ୟା ଅଭିଯୋଗ ଦାଏର କରାଯାଇଥିବା କଥା ପୁଲିସ କହିଛି।
ଶନିବାର ଦିନ ଜଲାହାଲ୍ଲୀସ୍ଥିତ ‘ଏୟାର୍ ଫୋର୍ସ ଟେକ୍ନିକାଲ୍ କଲେଜ’ରେ (ଏଏଫ୍ଟିସି) ଘଟଣାଟି ଘଟିଥିବା ରିପୋର୍ଟ କରାଯାଇଛି।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯିବା ପରେ ‘କ୍ୟାଡେଟ୍ ଟ୍ରେନି’ଜଣକ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି।
ସୁସାଇଡ୍ ନୋଟ୍ରେ ‘କ୍ୟାଡେଟ୍ ଟେନି’ ଅଙ୍କିତ କୁମାର ଝା ଉଲ୍ଲେଖ କରିଛନ୍ତି ଯେ, ‘ଏୟାର୍ କମୋଡର୍’, ‘ଉଇଙ୍ଗ୍ କମାଣ୍ଡର୍’ ଏବଂ ‘ଗ୍ରୁପ୍ କ୍ୟାପ୍ଟେନ୍’ ପାହ୍ୟାର ଅଫିସର୍ମାନଙ୍କ ନାଁ ଉଲ୍ଲେଖ କରିଛନ୍ତି।
Image Courtesy of Deccan Heraldକଲେଜ୍ ପରିସରରେ ଅଙ୍କିତଙ୍କୁ ସବୁବେଳେ ନିରୁତ୍ସାହିତ କରାଯିବା ସହ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ପରିବାରର ଲୋକମାନେ କହିଛନ୍ତି।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଅଙ୍କିତ ଝା’ଙ୍କୁ ଡିୟୁଟିରୁ ନିଲମ୍ବିତ କରାଯାଇଥିଲା।
ଏହି ମାମଲାରେ ତଦନ୍ତ କରୁଥିବା ବରିଷ୍ଠ ପୁଲିସ ଅଧିକାରୀ ବିନାୟକ ପାଟିଲ୍ ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତମାନେ ଫେରାର୍ ହୋଇଯାଇ ନାହାନ୍ତି। ଅଙ୍କିତଙ୍କ ଭାଇ ‘ଏଫ୍ଆଇଆର୍’ ଦେଇଛନ୍ତି। ପରିବାର ଲୋକେ କରୁଥିବା ଦାବି ଓ ଅଭିଯୋଗ ଓ ସୁସାଇଡ୍ ନୋଟ୍ ସଂକ୍ରାନ୍ତରେ ଆମେ ପ୍ରମାଣ ଏକତ୍ର କରୁଛୁ। ଯେଉଁ ଦିନ ଅଙ୍କିତଙ୍କ ନାମରେ ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଥିଲା ସେଦିନ ହିଁ ତାଙ୍କୁ ଡିୟୁଟିରୁ ବାହାର କରି ଦିଆଯାଇଥିଲା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ କଲେଜ ପରିସରରେ ଥିବା ଗୋଟାଏ କୋଠରିରୁ ତାଙ୍କୁ ଫାଶୀ ଲଗାଇଥିବା ଅବସ୍ଥାରେ ଉଦ୍ଧାର କରାଗଲା।
Follow Us