ଦିଲ୍ଲୀର ମାଲବିୟ ନଗରରେ ନିଅାଁ ଲିଭାଇବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ

ଦିଲ୍ଲୀର ମାଲବିୟ ନଗରରେ ନିଅାଁ ଲିଭାଇବାକୁ ବାୟୁସେନା ହେଲିକାପ୍ଟର୍‌ ନିୟୋଜିତ

ନୂଆଦିଲ୍ଲୀ: ପାଣି ପକାଇ ମାଲବିୟ ନଗର ନିଅାଁକୁ ଆୟତ୍ତ କରିବାକୁ ପାଲାମ ବିମାନ ବନ୍ଦରରୁ ବାମ୍ବି ବକେଟ୍‌ ସହ ଭାରତୀୟ ବାୟୁସେନାର ଗୋଟିଏ ହେଲିକାପ୍ଟର୍‌କୁ ବୁଧବାର ଦିନ ନିୟୋଜିତ କରାଯାଇଛି।

ମଙ୍ଗଳବାର ସନ୍ଧ୍ୟାବେଳେ ଦିଲ୍ଲୀର ମାଲବିୟ ନଗରରେ ଗୋଟାଏ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ଦ୍ରୁତ ବେଗରେ ଏକ ରବର ଗୋଦାମରେ ଚରି ଯାଇଥିଲା। ଏ ପର୍ଯ୍ୟନ୍ତ ବି ସେଠାରେ ନିଅାଁ ଲିଭି ନାହିଁ।

ଭାରତୀୟ ବାୟୁସେନା କହିଛି: ମାଲବିୟ ନଗର ଗୋଦାମରୁ ନିଅାଁ ଲିଭାଇବାକୁ ଉଦ୍ୟମ କରିବାକୁ ବାମ୍ବି ଅପରେସନ୍‌ ପାଇଁ ଆମେ ପାଲାମରୁ ଏମ୍‌ଆଇ ୧୭ ହେଲିକାପ୍ଟର୍‌ ପଠାଇଛୁ।

୧୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଜଳାଶୟରୁ ପାଣି ଆଣି ମାଲବିୟ ନଗର ଗୋଦାମରେ ଢଳିବ।

ବାମ୍ବି ବକେଟ୍‌ ହେଉଛି ଏକ ସ୍ୱତନ୍ତ୍ର କିସମର ବାଲ୍‌ତି। ଉଡ୍ଡୀୟମାନ ଅବସ୍ଥାନରେ ନିଅାଁ ଲିଭାଇବା ପାଇଁ ଖଣ୍ଡେ କେବୁଲ୍‌ରେ ଏହାଇ ହେଲିକାପ୍ଟର୍‌ରୁ ଝୁଲି ରହିଥାଏ।

publive-image

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ମାଲବିୟ ନଗର ଅନ୍ତର୍ଗତ ଖିର୍‌କି ଏକ୍‌ଷ୍ଟେନ୍‌ସନ୍‌ରେ ଏକ ଟ୍ରକ୍‌ରେ ପ୍ରଥମେ ନିଅାଁ ଲାଗି ରବର ଗୋଦାମକୁ ମାଡ଼ି ଯାଇଥିଲା।

୯୦ଟି ଦମକଳ ନିଅାଁ ଲିଭା କାମରେ ଲାଗିଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ମାଲବିୟ ନଗର ଜନାର୍କୀଣ୍ଣ ହୋଇଥିବାରୁ ଅଗ୍ନିକାଣ୍ଡ ସ୍ଥଳୀ ଆଖପାଖରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

କିନ୍ତୁ, ଟ୍ରକ୍‌ରେ କେମିତି ନିଅାଁ ଲାଗିଲା ତାହା ଜଣା ପଡ଼ିନାହିଁ।

ରବର ପୋଡ଼ି ଯୋଗୁଁ ଖଣ୍ଡମଣ୍ଡଳରେ ବହଳ ଧୂଅାଁ ମାଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe