ବୈଷୟିକ ତ୍ରୁଟି ପାଇଁ ଉତ୍ତରପ୍ରଦେଶର ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଜରୁରୀ ଅବତରଣ କଲା ବାୟୁସେନାର ଚିତା ହେଲିକପ୍ଟର

ବୈଷୟିକ ତ୍ରୁଟି ପାଇଁ ଉତ୍ତରପ୍ରଦେଶର ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଜରୁରୀ ଅବତରଣ କଲା ବାୟୁସେନାର ଚିତା ହେଲିକପ୍ଟର

ndtv

ବାଗପାଟ(ଉତ୍ତରପ୍ରଦେଶ): ଗାଜିଆବାଦର ହିନ୍ଦନ ଏୟାରବେସରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଭାରତୀୟ ବାୟୁସେନାର ଏକ ଚିତା ହେଲିକପ୍ଟର ଗୁରୁବାର ଦିନ ବୈଷୟିକ ତ୍ରୁଟି ହେତୁ ଉତ୍ତରପ୍ରଦେଶର ବାଗପାଟରେ ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଜରୁରୀ ଅବତରଣ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଏଥିରେ କାହାର ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।

ପାଇଲଟ ଏବଂ ତାଙ୍କ ସହଯୋଗୀଙ୍କ ସହ ଦୁଇ ସିଟ୍ ବିଶିଷ୍ଟ ହେଲିକପ୍ଟରଟି ହିନ୍ଦନ ଏୟାରବେସରୁ ସକାଳ ୮ଟା ସମୟରେ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ କିଛି ବାଟ ଯିବା ପରେ ଏଥିରେ କିଛି ବୈଷୟିକ ତ୍ରୁଟି ଦେଖାଯିବାରୁ ପାଇଲଟ୍ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇ ପୂର୍ବ ପେରିଫେରାଲ୍ ଏକ୍ସପ୍ରେସୱେରେ ମାଭିକାଲାନ୍ ଗ୍ରାମ ନିକଟରେ ଜରୁରୀକାଳୀନ ଅବତରଣ କରିଥିଲେ ବୋଲି ବାଗପାଟ ପୁଲିସ ଅଧୀକ୍ଷକ ପ୍ରତାପ ଗୋପେନ୍ଦ୍ର ଯାଦବ କହିଛନ୍ତି।

IAF chopper on COVID duty lands on UP expressway | KalingaTV Kalinga TV

ସୂଚନା ମିଳିବ ପରେ ଏକ ବୈଷୟିକ ଦଳ ସହିତ ଅନ୍ୟ ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨୫ମିନିଟରେ ହେଲିକପ୍ଟରରେ ହୋଇଥିବା ତ୍ରୁଟିକୁ ଠିକ କରିବା ପରେ ଦୁଇଟି ହେଲିକପ୍ଟର ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିଥିଲା ବୋଲି ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe