ବାୟୁସେନା ଦିବସ: ‘ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ୟୁନିଟ୍‌’ଙ୍କ ପ୍ରଶସ୍ତିପତ୍ର ସହ ‘ତିନି ୟୁନିଟ୍‌’କୁ ସମ୍ମାନିତ କରିବ ଭାରତୀୟ ବାୟୁସେନା

ବାୟୁସେନା ଦିବସ: ‘ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ୟୁନିଟ୍‌’ଙ୍କ ପ୍ରଶସ୍ତିପତ୍ର ସହ ‘ତିନି ୟୁନିଟ୍‌’କୁ ସମ୍ମାନିତ କରିବ ଭାରତୀୟ ବାୟୁସେନା

Image Courtesy The Statesman

ନୂଆଦିଲ୍ଲୀ: ଆଜି ବାୟୁସେନାର ୮୯ତମ ସଂସ୍ଥାପନା ଦିବସ ଅବସରରେ ଭାରତୀୟ ବାୟୁସେନାର ତିନି ୟୁନିଟ୍‌ ‘ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ୟୁନିଟ୍‌’ର ସମ୍ମାନଜନକ ପଶସ୍ତିପତ୍ର ପାଇବେ ବୋଲି ‘ଆଇଏଫ୍‌ଏ’ ଘୋଷଣା କରିଛି।

ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଭାରତୀୟ ବାୟୁସେନାର ‘ଆକାଶୀ ଯୋଦ୍ଧା’ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୧୯ ଫେବ୍ରୁଆରିରେ ପାକିସ୍ତାନ ଏବଂ ଲଦାଖରେ ଚୀନ୍‌ ସହ ସହ ମୁକାବିଲା ଅଭିଯାନରେ ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କୁ ଏହି ପ୍ରଶସ୍ତିପତ୍ର ପ୍ରଦାନ କରାଯିବ।

publive-image Image Courtesy of AFA News

୨୦୧୯ ଫେବ୍ରୁଆରି ୨୬ରେ ପାକିସ୍ତାନ ସୀମାନ୍ତ ପୋଷ୍ଟ୍‍ରେ ହୋଇଥିବା ଅଭିଯାନ, ବାଲାକୋଟ୍‌ ବିମାନ ଆକ୍ରମଣ ଏବଂ ଗତବର୍ଷ ଏପ୍ରିଲ୍‌-ମେ ମାସରେ ଲଦାଖ ସେକ୍ଟର୍‌ର ଚୀନ୍‌ ସହ ମୁକାବିଲା କରିବା ପାଇଁ ନିୟୋଜିତ ହୋଇଥିବା ପଞ୍ଜାବର ଜଳନ୍ଧରରେ ଥିବା ଆଦମପୁର ଏୟାର୍‌ ଫୋର୍ସ ଷ୍ଟେସନ୍‌ର ୪୭ ସ୍ୱାଡ୍ରନ୍‌ ପ୍ରଶସ୍ତିପତ୍ର ପାଇବ।

ସେହିପରି, ବାଲାକୋଟ୍‌ ଆକ୍ରମଣ ପରେ ପାକିସ୍ତାନ ସୀମାନ୍ତ ଏବଂ ଗଲ୍‌ଓ୍ଵାନ୍‌ ଉପତ୍ୟକା ସଂଘର୍ଷ ପରେ ‘ଏଏଲ୍‌ଏଚ୍‌ ରୁଦ୍ର’ ହେଲିକପ୍ଟର ଥିବା ରାଜସ୍ଥାନସ୍ଥିତ ଯୋଧପୁର ଏୟାର୍‌ ଫୋର୍ସ ଷ୍ଟେସନ୍‌ର ‘୧୧୬ ହେଲିକପ୍ଟର୍‌ ୟୁନିଟ୍‌’ ମଧ୍ୟ ପ୍ରଶସ୍ତିପତ୍ର ପାଇବ।

ଗଲ୍‌ଓ୍ଵାନ୍‌ ସଂଘର୍ଷ ପରେ ଲଦାଖରେ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ କରିଥିବା ଶ୍ରୀନଗରର ‘୨୨୫୫ ସ୍କ୍ଵାଡ୍ରନ୍‌ ମଧ୍ୟ ପ୍ରଶସ୍ତିପତ୍ର ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe