Image Courtesy of India Today
କୋଇମ୍ବାଟୁର୍: ସହକର୍ମୀ ଅଧିକାରିଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଲିମ୍ ନିମନ୍ତେ କୋଇମ୍ବାଟୁର୍ ଏୟାର୍ଫୋର୍ସ କଲେଜରେ ଥିବା ଭାରତୀୟ ବାୟୁସେନାର ଜଣେ ଲେଫ୍ଟ୍ନାଣ୍ଟ୍ଙ୍କୁ ଗିରଫ କରାଯାଇଛି।
ତାଲିମ ଗ୍ରହଣ କରିବା ଲାଗି ସମଗ୍ର ଭାରତରୁ ୩୦ଜଣ ବାୟୁସେନା ଅଧିକାରୀ ଅଗଷ୍ଟ ମାସରେ କୋଇମ୍ବାଟୁର୍ ଏୟାର୍ଫୋର୍ସ କଲେଜରେ ପହଞ୍ଚିଥିଲେ। ସେପ୍ଟେମ୍ବର ୧୦ ତାରିଖ ଦିନ ସେଠାରେ ବାସ୍କେଟ୍ ବଲ୍ ଖେଳୁଥିବା ସମୟରେ ଜଣେ ୨୯ ବର୍ଷୀୟ ଅଧିକାରିଣୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତେଣୁ, ଶୋଇବା ପୂର୍ବରୁ ସେ ‘ବେଦନା-ନାଶକ’ (ପେନ୍କିଲର୍ସ) ବଟିକା ଖାଇଥିଲେ।
ସେ କରିଥିବା ଅଭିଯୋଗ ଅନୁସାରେ, ରାତି ଅଧରେ ନିଦ ଭାଙ୍ଗି ଯିବାରୁ ଆପଣାକୁ ବିବସ୍ତ୍ର ଅବସ୍ଥାରେ ଦେଖି ସେ ଚିହିଁକି ଯାଇଥିଲେ। ଅଭିଯୁକ୍ତ ଅଧିକାରୀଜଣକ ମଧ୍ୟ ବିବସ୍ତ୍ର ଅବସ୍ଥାରେ ତାଙ୍କ ପାଖରେ ଶୋଇଥିଲେ।
Image Courtesy of India Todayଏହାପରେ, ଅଧିକାରିଣୀଜଣକ ଉପରିସ୍ଥ ଅଧିକାରୀମାନଙ୍କ ନିକଟରେ ଏହି ଘଟଣା ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେଣୁ, ସେ କୋଇମ୍ବାଟୁର୍ ସିଟି ପୋଲିସ୍ କମିସନର୍ଙ୍କୁ ନିବେଦନ କରିବା ପରେ ଗାନ୍ଧୀପୁରମ୍ ଅଲ୍ ୱିମିନ୍ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା।
ସେହି ତଦନ୍ତ ଆଧାରରେ ଅଭିଯୁକ୍ତ ଲେଫ୍ଟ୍ନାଣ୍ଟ୍ଙ୍କୁ ଗିରଫ କରାଯାଇ ରବିବାର ସକାଳେ ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ୍ ଦିନକ ପାଇଁ ତାଙ୍କୁ ଉଦୁମଲୈପେଟ୍ ଉପକାରାଗାରକୁ ପଠାଇ ଦେଇଛନ୍ତି। ଜଣେ ବାୟୁସେନା ଅଧିକାରୀଙ୍କୁ କୋଇମ୍ବାଟୁର୍ ପୁଲିସ ଗିରଫ କରିପାରିବ ନାହିଁ ଦର୍ଶାଇ ଅଭିଯୁକ୍ତଙ୍କ ଓକିଲ ସତ୍ୟପାଠ ଦାଖଲ କରିଥିବା ବେଳେ ପ୍ରତି-ସତ୍ୟପାଠ ଦାଖଲ କରିବା ଲାଗି ପୁଲିସ ସମୟ ଲୋଡ଼ିଛି।
Follow Us