ଭାରତୀୟ ବାୟୁସେନାର ବଡ଼ ଘୋଷଣା: ଜୁନ୍ ୨୪ରୁ ଆରମ୍ଭ ହେବ ଅଗ୍ନିବୀରଙ୍କୁ ବାଛିବା ପ୍ରକ୍ରିୟା

Advertisment
ଭାରତୀୟ ବାୟୁସେନାର ବଡ଼ ଘୋଷଣା: ଜୁନ୍ ୨୪ରୁ ଆରମ୍ଭ ହେବ ଅଗ୍ନିବୀରଙ୍କୁ ବାଛିବା ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗ୍ନିପଥ ସ୍କିମ ଘୋଷଣା କରିବା ପରଠାରୁ ଦେଶରେ ହିଂସା ଜାରି ରହିଛି। ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏମଧ୍ୟରେ ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ ସୀମା କେବଳ ୧୭-୨୧ବର୍ଷ ଥିଲା। ତେବେ ବୟସ ସୀମା ବଢ଼ାଇବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ଏଥିପାଇଁ ଏକ ବିଜ୍ଞପ୍ତି ଜାରି ହେବ ବୋଲି କହିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ।

ତାଙ୍କର ଏଭଳି ବୟାନ ପରେ ଏବେ ଭାରତୀୟ ବାୟୁସେନା ଏକ ବଡ଼ ଘୋଷଣା କରିଛି। ଅଗ୍ନିପଥ ସ୍କିମ ଜରିଆରେ ଭାରତୀୟ ବାୟୁସେନା ପ୍ରଥମେ ଅଗ୍ନିବୀରମାନଙ୍କୁ ବାଛିବା ପ୍ରକିୟା ଆରମ୍ଭ କରିବ। ଜୁନ୍ ୨୪ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏକ ଅଭିଭାଷଣରେ ଏୟାର ଚିଫ୍ ମାର୍ଶଲ ଭି.ଆର. ଚୌଧରୀ କହିଛନ୍ତି, ଘୋଷଣା କରି ଖୁସି ଯେ, ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରାଯାଇଛି। ଏହା ଯୁବପିଢ଼ିଙ୍କୁ ଉପକୃତ କରିବ। ଭାରତୀୟ ବାୟୁସେନା ପାଇଁ ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ରୁ ଆରମ୍ଭ ହେବ।

ଏହା ପୂର୍ବରୁ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଥିଲେ ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରାଯିବ। ଏହି ବିଜ୍ଞପ୍ତି ଭାରତୀୟ ସେନାର ୱେବସାଇଟ୍ http://joinindianarmy.nic.in ରେ ଦିଆଯିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସେନାରେ ପ୍ରଥମ ବ୍ୟାଚ୍ ଅଗ୍ନିବୀରମାନେ ସାମିଲ ହୋଇସାରିଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe