ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବାୟୁସେନାର ବ୍ୟାପକ ପ୍ରସ୍ତୁତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ପାକ୍ ସୀମାରେ ବଡ଼ ଧରଣର ଅଭ୍ୟାସ ପାଇଁ ବାୟୁସେନା ଯୋଜନା କରିଛି। ପାକିସ୍ତାନ ସୀମାରେ ଦକ୍ଷିଣ ଭାଗରେ ହେବାକୁ ଥିବା ଏହି ସମରାଭ୍ୟାସ ସଂପର୍କରେ ସୂଚନା ଜାରି ହେବାମାତ୍ରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ଯଦିଓ ଏହି ଅଭ୍ୟାସ ବିଷୟରେ ଏପର୍ଯ୍ୟନ୍ତ ବିସ୍ତୃତ ବିବରଣୀ ଜାରି କରାଯାଇନାହିଁ, ତଥାପି ଏଥିରେ ଭାରତର ଅତ୍ୟାଧୁନିକ ଯୁଦ୍ଧ ବିମାନ ବହୁ ସଂଖ୍ୟାରେ ସାମିଲ ହେବ ବୋଲି ଜଣାପଡ଼ିଛି।
ଗତ ମାସ ୨୫ ତାରିଖରେ ଭାରତ ନିଜର ଆଗଧାଡ଼ିର ଲଢୁଆ ବିମାନ ଏବଂ ଏଲିଟ୍ ପାଇଲଟଙ୍କୁ ନେଇ ସାମରିକ ଅଭ୍ୟାସ ଆୟୋଜନ କରିଥିବା ବେଳେ ନୌସେନା ତା’ର ଯୁଦ୍ଧ ପ୍ରସ୍ତୁତି ପ୍ରଦର୍ଶନ କରିଥିଲା। ଭାରତୀୟ ବାୟୁସେନା ଏହାର ଅତ୍ୟାଧୁନିକ ରାଫେଲ ଜେଟ୍ ଏବଂ ଶୀର୍ଷସ୍ତରୀୟ ପାଇଲଟଙ୍କୁ ଏହି ସମରାଭ୍ୟାସ ପାଇଁ ନିୟୋଜିତ କରିଥିଲା- ଯାହାର ନାମ ‘ଆକ୍ରମଣ’ ଥିଲା। ପାଇଲଟ୍ମାନେ ପାହାଡ଼ିଆ ଅଞ୍ଚଳରେ ଉଚ୍ଚ ତୀବ୍ରତା ବିଶିଷ୍ଟ ଗ୍ରାଉଣ୍ଡ ଷ୍ଟ୍ରାଇକ୍ ସିମୁଲେସନ୍ କରିଥିଲେ।
Follow Us