ଏଲନ୍‌ ମସ୍କ୍‌ ଅସଦାଚରଣ କରିଥିବା ଏୟାର୍‌ହୋଷ୍ଟେସ୍‌ଙ୍କୁ ଚୁପ୍‌ ରହିବା ପାଇଁ ‘ସ୍ପେସ୍‌ଏକ୍ସ୍‌’ ୨,୫୦,୦୦୦ ଡଲାର୍‌ ଦେଇଥିଲା: ରିପୋର୍ଟ

ଏଲନ୍‌ ମସ୍କ୍‌ ଅସଦାଚରଣ କରିଥିବା ଏୟାର୍‌ହୋଷ୍ଟେସ୍‌ଙ୍କୁ ଚୁପ୍‌ ରହିବା ପାଇଁ ‘ସ୍ପେସ୍‌ଏକ୍ସ୍‌’ ୨,୫୦,୦୦୦ ଡଲାର୍‌ ଦେଇଥିଲା: ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ୨୦୧୬ରେ ଗୋଟାଏ ବିମାନରେ ‘ସ୍ପେସ୍‌ଏକ୍ସ’ ଏବଂ ‘ଟେଲ୍‌ସା’ର ‘ସିଇଓ’ ଏଲନ୍‌ ମସ୍କ୍‌ଙ୍କଦ୍ବାରା ଅସଦାଚରଣର ଶିକାର ହୋଇଥିବା ଜଣେ ବିମାନ ପରିଚାରିକାଙ୍କୁ ଉକ୍ତ ଘଟଣା ପ୍ରଘଟ ନ କରିବାକୁ ୨,୫୦,୦୦୦ ଡଲାର୍‌ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଏଲନ୍‌ ମସ୍କ୍‌ଙ୍କ ବିରୋଧରେ ଯୌନଉତ୍ପୀଡ଼ନ ଅଭିଯୋଗର ମୀମାଂସା କରିବାକୁ ଯାଇ ‘ସ୍ପେସ୍‌ଏକ୍ସ୍‌’ ୨୦୧୮ରେ ଉକ୍ତ ବିମାନ ପରିଚାରିକାଙ୍କୁ (ଏୟାର୍‌ ହୋଷ୍ଟେସ୍‌) ଅର୍ଥ ପ୍ରଦାନ କରିଥିଲା।

‘ବିଜ୍‌ନେସ୍‌ ଇନ୍‌ସାଇଡର୍‌’ ରିପୋର୍ଟ ଅନୁସାରେ, ‘ସ୍ପେସ୍‌ଏକ୍ସ’ର ‘କର୍ପୋରେଟ୍‌ ଜେଟ୍‌ ଫ୍ଲିଟ୍‌’ରେ ପରିଚାରିକାଜଣକ ଚୁକ୍ତିଭିତ୍ତିରେ ଚାକିରି କରୁଥିଲେ। ‌ତାଙ୍କ ଅଭିଯୋଗ ଅନୁସାରେ, ମସ୍କ୍‌ ତାଙ୍କ ସମ୍ମୁଖରେ ପୋଷାକ ଓହ୍ଲାଇବା ସହ ବିନା ସମ୍ମତିରେ ତାଙ୍କ ଗୋଡ଼‌ରେ ଘଷିହୋଇଥିଲେ। ଏହାଛଡ଼ା, ତାଙ୍କୁ ଗୋଟାଏ ଘୋଡ଼ା କିଣି ଦେବେ ବୋଲି କହିଥିଲେ।

publive-image Image Courtesy of Fortune

ପରିଚାରିକାଙ୍କର ଜଣେ ବନ୍ଧୁଙ୍କଦ୍ବାରା ସ୍ବାକ୍ଷରିତ ଏକ ଘୋଷଣାନାମାରେ ଉକ୍ତ ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଇ-ମେଲ୍‌ ବିନିମୟ ଅନ୍ୟାନ୍ୟ ରେକର୍ଡକୁ ଆଧାର କରି ଏହି ଅଭିଯୋଗର ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇଛି ବ‌ୋଲି ‘ବିଜ୍‌ନେସ୍‌ ଇନ୍‌ସାଇଡର୍‌’ ରିପୋର୍ଟ କରିଛି।

ବିମାନ ପରିଚାରିକାଜଣକ ତାଙ୍କ ବନ୍ଧୁଙ୍କୁ କହି‌ଥିଲେ ଯେ, ୨୦୧୬ରେ ବିମାନଯାତ୍ରା ସମୟରେ ମସ୍କ୍‌ ‘ଫୁଲ୍‌-ବଡ଼ି ମସାଜ୍‌’ ପାଇଁ ତାଙ୍କୁ ତାଙ୍କ କୋଠରିକୁ ଡାକିଥିଲେ। ମସାଜ୍‌ ବେଳେ ମସ୍କ୍‌ ତାଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ଥିଲେ ବୋଲି ପରିଚାରିକାଜଣକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe