ଟିଫିନ୍‌ ବକ୍ସ ଧୋଇବାକୁ ନେଇ ବାଦବିବାଦ: ଏଣିକି ବିମାନ ଭିତରକୁ ଟିଫିନ୍‌ ବକ୍ସ ନେଇ ପାରିବେନି ଏୟାର୍‌ ଇଣ୍ଡିଆର ପାଇଲଟ୍‌

କର୍ମଚାରୀଙ୍କ ଦରମା କାଟ ବନ୍ଦ କଲା ଏୟାର ଇଣ୍ଡିଆ

The Hindu

ମୁମ୍ବାଇ: ଏଣିକି ଏୟାର୍‌ ଇଣ୍ଡିଆର ପାଇଲଟ୍‌ମାନଙ୍କୁ ବିମାନ ଭିତରକୁ ସେମାନଙ୍କ ବ୍ୟକ୍ତିଗତ ଟିଫିନ୍‌ ବକ୍ସ ଆଣିବା ଉପରେ କଟକଣା ଲଗାଯିବ। ଏକ ଟିଫିନ୍‌ ବକ୍ସ ଧୋଇବାକୁ ନେଇ ଜଣେ କ୍ୟାପଟେନ୍‌ ଓ କେବିନ କ୍ରୁ ମେମ୍ବରଙ୍କ ମଧ୍ୟରେ ଉପୁଜିଥିବା ବାଦବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଲଞ୍ଚ୍‌ବକ୍ସ୍‍ ଧୋଇବାକୁ ପାଇଲଟ୍‌ ଜଣେ କ୍ରୁ’ମେମ୍ବରଙ୍କୁ କହିବା ଯୋଗୁଁ ଉପୁଜିଥିବା ବିବାଦ ପାଇଁ ସୋମବାର ଦିନ ଏୟାର୍‌ ଇଣ୍ଡିଆ ଏଆଇ-୭୭୨ ବିମାନ ଉଡ଼ାଣରେ ଘଣ୍ଟାଏରୁ ଉର୍ଦ୍ଧ୍ୱ ବିଳମ୍ବ ଘଟିଥିଲା।

ବେଙ୍ଗାଲୁରୁ-କୋଲ୍‌କାତା ଅଭିମୁଖେ ବାହାରିଥିବା ବିମାନ ମଧ୍ୟରେ ବସିଥିବା ଯାତ୍ରୀମାନଙ୍କ ସମ୍ନାରେ ଘଟଣାଟି ସୋମବାର ଦିନ ବେଙ୍ଗାଲୁରୁ ଏୟାର୍‌ପୋର୍ଟରେ ଘଟିଥିଲା

ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଥିବା ସମୟରେ ପାଇଲଟ୍‌ ଲଞ୍ଚ୍‌ବକ୍ସ୍‍ ଧୋଇବାକୁ କହିଥିଲେ। କିନ୍ତୁ ତାଙ୍କ କଥାରେ କ୍ରୁ’ ମେମ୍ବରଜଣକ ଅପମାନ ଅନୁଭବ କଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

publive-image Image Source: The Economics Times

ଏତିକିବେଳେ ଅନ୍ୟ କ୍ରୁ ମେମ୍ବରମାନେ ହସ୍ତକ୍ଷେପ କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। କିନ୍ତୁ ପାଇଲଟ୍‌ ଏବଂ ପରିଚାରକମାନଙ୍କ ଆଚରଣ ଯୋଗୁଁ ଯାତ୍ରୀମାନେ ଭୟଭୀତ ହେବା ସହ ମାନସିକ ଆଘାତ ପାଇଥିଲେ। ଏଥିଯୋଗୁଁ ବେଙ୍ଗାଲୁରୁ- କୋଲ୍‌କାତା ବିମାନ ୭୭ ମିନିଟ୍‌ ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe