ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା : କାଳ ହେଲା ‘ଟେବୁଲ୍ ଟପ୍ ରନୱେ’, ଲ୍ୟାଣ୍ଡିଂ ପରେ ୩୫ ଫୁଟ୍ ତଳକୁ ଖସିପଡ଼ି ୨ ଖଣ୍ଡ ହେଲା ବିମାନ

Advertisment

ବିମାନ ଦୁର୍ଘଟଣା ସଂପର୍କରେ ୫ ଗୁରୁତ୍ବପୂର୍ଣ୍ଣ ସୂଚନା

ବିମାନ ଦୁର୍ଘଟଣା ସଂପର୍କରେ ୫ ଗୁରୁତ୍ବପୂର୍ଣ୍ଣ ସୂଚନା

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା : କାଳ ହେଲା ‘ଟେବୁଲ୍ ଟପ୍ ରନୱେ’, ଲ୍ୟାଣ୍ଡିଂ ପରେ ୩୫ ଫୁଟ୍ ତଳକୁ ଖସିପଡ଼ି ୨ ଖଣ୍ଡ ହେଲା ବିମାନ

NewsMinutes

କୋଝିକୋଡ: କେରଳର କୋଝିକୋଡରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୪ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ହେଁ ୧୭୦ ଜଣ ଯାତ୍ରୀ ଆସନ୍ନ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ଆଜି ସଂଧ୍ୟା ପ୍ରାୟ ୭.୫୫ ମିନିଟ୍ ସମୟରେ କୋଝିକୋଡର କାରିପୁର ବିମାନ ବନ୍ଦରରେ ଦୁବାଇରୁ  କାଲିକଟ୍ ଆସୁଥିବା ଏୟାର ଇଣ୍ଡିଆର ବୋଇଂ ବିମାନ ଅବତରଣ ପରେ ରନୱେ ତଳକୁ ଖସି ଦୁଇ ଖଣ୍ଡ ହୋଇଯାଇଥିଲା। ଘଟଣାସ୍ଥଳରେ ବିମାନର ମୁଖ୍ୟ ପାଇଲଟ ଥିଲେ ପାଇଲଟ୍ ଦୀପକ ବସନ୍ତ ସାଠେ ମୃତ୍ୟୁବରଣ କରିଥିଲେ।ତେବେ ତାଙ୍କର ସାବଧାନତା ହେତୁ ୧୭୦ ଜଣ ଯାତ୍ରୀଙ୍କ ଜୀବନରକ୍ଷା ହୋଇଥିବା ସୂଚନା ରହିଛି। ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା।

publive-image Indian Express

୧. କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିସନ୍ ଅନ୍ତର୍ଗତ ଏହି ବିମାନ ଦୁବାଇରୁ ଭାରତୀୟଙ୍କୁ ନେଇ ଫେରୁଥିଲା। ବିମାନରେ ଯାତ୍ରୀ, ପାଇଲଟ୍ ଓ ବିମାନ କର୍ମଚାରୀ ମିଶି ୧୯୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪୮ ମହିଳା ଓ ୧୦ ଶିଶୁ ଥିଲେ। କୋଝିକ୍କୋଡର କାରିପୁର ବିମାନବନ୍ଦରରେ ଅବତରଣ କରିବା ପରେ ବିମାନଟି ରନୱେ ତଳକୁ ଖସିପଡ଼ି ୨ ଖଣ୍ଡ ହୋଇଗଲା।

୨- ପ୍ରାଥମିକ ସୂଚନା ଅନୁସାରେ ପ୍ରଥମେ ଥର  ଅବତରଣ ଲାଗି ପ୍ରୟାସ କରି ଅସଫଳ ହେବା ପରେ ପାଇଲଟ୍ ଭି.ଡି ସାଠେ ଓ ତାଙ୍କର ସହଯୋଗୀ ଥିଲେ ଅଖିଳେଶ କୁମାର ଦ୍ବିତୀୟ ଥର ଅବତରଣ ଲାଗି ଉଦ୍ୟମ କରିଥିଲେ ଏବଂ ବିମାନ ସଫଳତାର ସହ ଅବତରଣ କରିଥିଲା।

୩.ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଅବତରଣ କରିବା ସମୟରେ ପ୍ରବଳ ବର୍ଷା ହେଉଥିଲା। ବିମାନଟି ଅବତରଣ କରି ରନୱେ ଉପରେ ଗତି କରିଥିଲା। ଏହାପରେ ସଂପୂର୍ଣ୍ଣ ରନୱେ ଅତିକ୍ରମ କରିବା ପରେ ଅଟକି ପାରି ନ ଥିଲା। ଏହାପରେ ରନୱେର ଠିକ ଶେଷମୁଣ୍ଡରେ ଥିବା ଏକ ଗର୍ତ୍ତ ଭିତରକୁ ପ୍ରବଳ ବେଗରେ ଖସି ପଡ଼ିଥିଲା। ପ୍ରାୟ ୩୫ ଫୁଟ୍ ଖସି ପଡ଼ି ବିମାନଟି ବଡ଼ ଝଟକାରେ ଦୁଇ ଖଣ୍ଡ ହୋଇଯାଇଥିଲା। ବିମାନର ସମ୍ମୁଖ ଭାଗଟି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

publive-image www.dailysabah.com/

୪. ବିମାନଟି ରନୱେ ୧୦ରେ ଅବତରଣ କରି ରନୱେ ଶେଷ ପର୍ଯ୍ୟନ୍ତ ଯାଇଥିଲା। କୋଝିକୋଡର କାରିପୁର  ବିମାନ ବନ୍ଦର ମାଙ୍ଗାଲୁରୁ ଭଳି ଏକ ଟେବୁଲଟପ୍ ବିମାନ ବନ୍ଦର। ଏହି ବିମାନ ବନ୍ଦରର ରନୱେ ଭୂମିଠାରୁ ଉଚ୍ଚତାରେ ନିର୍ମାଣ କରାଯାଇଛି। ଫଳରେ ରନୱେ  ଚାରି ପାଖରେ ବିରାଟ ଗର୍ତ୍ତ ରହିଛି।

୫. ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ କହିଛି, ୧୭୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଘଟଣା ସମୟରେ ବିମାନ ବନ୍ଦରରେ ଦୃଶ୍ୟମାନତା ଦୁର୍ବଳ ଥିଲା ଏବଂ ବିମାନବନ୍ଦରରେ ପ୍ରବଳ ବର୍ଷା ହେବାର ଦେଖାଯାଇଥିଲା ଏବଂ ବିମାନଟି ୩୫ ଫୁଟ ଗଭୀର ଗର୍ତ୍ତରେ ଖସିପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe