ଉହାନ୍ ସହରରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏୟାର୍‌ ଇଣ୍ଡିଆର ବୋଇଂ ୭୪୭ ବିମାନ ପ୍ରସ୍ତୁତ, ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା

Advertisment
ଉହାନ୍ ସହରରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏୟାର୍‌ ଇଣ୍ଡିଆର ବୋଇଂ ୭୪୭ ବିମାନ ପ୍ରସ୍ତୁତ, ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା

Times of India

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନ୍  ସହରରେ ଫସି ରହିିଛନ୍ତି ଶହ ଶହ ଭାରତୀୟ। ସେମାନଙ୍କୁ ସେଠାରୁ ମୁକୁଳାଇ ସ୍ବଦେଶକୁ ଫେରାଇ ଆଣିବା ପାଇଁ ପୂର୍ବରୁ ଭାରତ ସରକାର ଚୀନକୁ ଅନୁରୋଧ କରି ସାରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉହାନରେ ରହିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବ ଏୟାର୍‌ ଇଣ୍ଡିଆର ବୋଇଂ ୭୪୭ ବିମାନ। ଏହି ବିମାନଟି ଏବେ ପୂରାପୂରି ପ୍ରସ୍ତୁତ ହୋଇ ରହିଛି। ସରକାରଙ୍କ ଅନୁମତି ମିଳିଲେ ଭାରତୀୟମାନଙ୍କୁ ମାରାତ୍ମକ ସହର ଉହାନରୁ ନିଜ ଦେଶକୁ ଫେରାଇ ଆଣିବ ବୋଲି ସୂଚନା ରହିଛି।

ସୋମବାର ଗଣମାଧ୍ୟମରେ ଏୟାର୍‌ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ‘କରୋନା ଭାଇରସ୍‌ର ସହର ଉହାନରୁ ଭାରତୀୟମାନଙ୍କୁ ମୁକୁଳାଇ ଆଣିବା ପାଇଁ ବୋଇଂ ୭୪୭ ବିମାନ ପ୍ରସ୍ତୁତ ରହିଛି। ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସରକାରଙ୍କ ଅନୁମତି ମିଳିଲେ ବିମାନ ଉହାନ ପହଞ୍ଚି ସେଠାରେ ଥିବା ଭାରତୀୟଙ୍କୁ ମୁକୁଳାଇ ଆଣିବ।’

publive-image News18.com

ଉଲ୍ଲେଖଯୋଗ୍ୟ, ମାରାତ୍ମକ କରୋନା ଭାଇରସ୍‌ରେ ଏବେ ସୁଦ୍ଧା ଚୀନର ୨୫୦୦ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୮୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। କରୋନା ଭାଇରସ୍‌ରେ ଆକ୍ରାନ୍ତ ୧୧ ଜଣ ଭାରତୀୟଙ୍କୁ ଏବେ ସୁଦ୍ଧା ଚିହ୍ନଟ କରାଯାଇଛି। ସେମାନେ ଦେଶକୁ ଆସିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲ୍‌ମାନଙ୍କରେ ଭିନ୍ନ ୱାର୍ଡରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରକୁ ସମସ୍ତ ଯୋଗାଯୋଗର ପଥ ବନ୍ଦ କରି ଦିଆଯିବା ପରେ ଶନିବାର ଭାରତ ସରକାର ଉହାନରେ ରହୁଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଚୀନ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ରବିବାର ଆମେରିକା ନିଜ ଦେଶର ନାଗରିକମାନଙ୍କ ପାଇଁ ତତ୍ପର ହୋଇ ଉଠିଥିଲା। ଉହାନରେ ଥିବା ଆମେରିକୀୟ ନାଗରିକମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବାକୁ ଆମେରିକା ସରକାର ନିଜ ତରଫରୁ ବିମାନର ବନ୍ଦୋବସ୍ତ କରିଥିବା ସୂଚନା ରହିଛି। ଚୀନର ଉହାନ ସହରରେ ପ୍ରାୟ ୨୫୦ରୁ ୩୦୦ ଭାରତୀୟ ଫସି ରହିଥିବା ଜାଣିବାକୁ ମିଳିଛି। ଏହି ଭାରତୀୟମାନେ ବେଜିଂସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe