ମଝି ଆକାଶରେ ମାଡ଼ ହେଲା ପକ୍ଷୀ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଚେନ୍ନାଇରୁ କଲମ୍ବୋ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୨୭୩  ସହିତ ଏକ ପକ୍ଷୀ ଧକ୍କା ହେବାପରେ ଜରୁରୀ ଅବତରଣ କରିଥିଲା। ଅବତରଣ ପରେ ବିମାନକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା,

wre

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଛି। ମଙ୍ଗଳବାର ମଝି ଆକାଶରେ ଚେନ୍ନାଇ-କଲମ୍ବୋ ବିମାନରେ ଏକ ପକ୍ଷୀ ମାଡ଼ ହେବା ପାଇଲଟ ବିମାନଟିର ଜରୁରୀକାଳିନ ଅବତରଣ କରିଥିଲେ।  

ଚେନ୍ନାଇରୁ କଲମ୍ବୋ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୨୭୩  ସହିତ ଏକ ପକ୍ଷୀ ଧକ୍କା ହେବାପରେ ଜରୁରୀ ଅବତରଣ କରିଥିଲା। ଅବତରଣ ପରେ ବିମାନକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା, କାରଣ ଘଟଣାଟି ସାମାନ୍ୟ ବୋଲି ଅଧିକାରୀମାନେ ବିବେଚନା କରିଥିଲେ।

ପରବର୍ତ୍ତୀ ସମୟରେ ଯେତେବେଳେ ଏଆଇ-୨୭୪ ବିମାନ ସକାଳ ୪:୩୪ରେ କଲମ୍ବୋରୁ ଚେନ୍ନାଇକୁ ଫେରିଥିଲା, ସେତେବେଳେ ବୈଷୟିକ ଦଳ ଏକ ନିୟମିତ ଯାଞ୍ଚ କରିଥିଲେ ଏବଂ ଏକ କ୍ଷତିଗ୍ରସ୍ତ ଫ୍ୟାନ୍ ବ୍ଲେଡ୍ ପାଇଥିଲେ। ଏହାପରେ ବିମାନଟିକୁ ବର୍ତ୍ତମାନ ପାଇଁ ଏୟାରକ୍ରାଫ୍ଟ ଅନ୍ଗ୍ରାଉଣ୍ଡ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବିମାନଟି ସେବାରୁ ବାହାରେ ରହିଛି। ମରାମତି ଏବଂ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଏହାକୁ ବ୍ୟବହାର କରାଯିବ ବୋଲି ଯାଞ୍ଚ ଅଧିକାରୀମାନେ ସୂଚନା ଦେଇ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe