ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ନିଷ୍ପତ୍ତି, ଟିକେଟ ବାତିଲ କଲେ ସଂପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ

ଏୟାରଇଣ୍ଡିଆ ଜୁନ୍ ୧୨ରୁ ୧୪ ମଧ୍ୟରେ ଅହମଦାବାଦରୁ ଯିବା ପାଇଁ ବୁକ୍ କରିଥିବା ଯାତ୍ରୀଙ୍କ ପାଇଁ ଏକକାଳୀନ ରିସିଡ୍ୟୁଲିଂ ଫି ଛାଡ଼ ଘୋଷଣା କରିଛି। ଯେଉଁମାନେ ବୁକିଂ ବାତିଲ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାତିଲ ଫି ଛାଡ଼ କରାଯିବ। ଅର୍ଥାତ ସଂପୂର୍ଣ୍ଣ ଟିକେଟ ଭଡ଼ା ଫେରସ୍ତ ମିଳିବ ।

ai

ଅହମଦାବାଦ : ଗୁରୁବାର ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ ଏଆଇ-୧୭୧ ଅହମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ, ଟାଟା ଗ୍ରୁପ୍ ମାଲିକାନାରେ ଥିବା  ଏୟାର ଇଣ୍ଡିଆ ଦୁର୍ଘଟଣା ପରେ ଏକ ବଡ଼ ନିଷ୍ପତ୍ତି ନେଇଛି।

ଏୟାରଇଣ୍ଡିଆ ଜୁନ୍ ୧୨ରୁ ୧୪ ମଧ୍ୟରେ ଅହମଦାବାଦରୁ ଯିବା ପାଇଁ ବୁକ୍ କରିଥିବା ଯାତ୍ରୀଙ୍କ ପାଇଁ ଏକକାଳୀନ ରିସିଡ୍ୟୁଲିଂ ଫି ଛାଡ଼ ଘୋଷଣା କରିଛି। ଏହା ଜୁନ୍ ୧୨ ପର୍ଯ୍ୟନ୍ତ ଜାରି ହୋଇଥିବା ଟିକେଟ୍ ପାଇଁ ପ୍ରଯୁଜ୍ୟ। ଯେଉଁମାନେ ଏହି ସମୟ ମଧ୍ୟରେ କରାଯାଇଥିବା ବୁକିଂ ବାତିଲ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାତିଲ ଫି ଛାଡ଼ କରାଯିବ। ଅର୍ଥାତ ସଂପୂର୍ଣ୍ଣ ଟିକେଟ ଭଡ଼ା ଫେରସ୍ତ ମିଳିବ ।

ଏହି ଦୁର୍ଘଟଣା ସଂପର୍କରେ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ଓ୍ବିଲସନ ଦୁଃଖ ପ୍ରକାଶ କରିବା ସହ ଏୟାର ଇଣ୍ଡିଆ ଟିମ ସହାୟତା  କାର୍ଯ୍ୟରେ ଲାଗିଛନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe