ଦୁର୍ଘଟଣା ପରେ ଭଗ୍ନାବଶେଷରୁ ମିଳିଲା ଏକ ଡିଭିଆର୍‌

Advertisment

ଏୟାର ଇଣ୍ଡିଆ ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି।

ଏୟାର ଇଣ୍ଡିଆ ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି।

ୁତିଗଳିର

ଅହମ୍ମଦାବାଦ୍‌: ଏୟାର ଇଣ୍ଡିଆ ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଛି। ଜାଣିବାକୁ ମିଳିଛି ଯେ ଦୁର୍ଘଟଣାରୁ ମିଳିଥିବା ଭଗ୍ନାବଶେଷରୁ ଏକ ଡିଜିଟାଲ୍‌ ଭିଡିଓ ରେକର୍ଡର ବି ମିିଳିଛି।

ଗତକାଲି ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ଭଗ୍ନାବଶେଷରୁ ଗୁଜୁରାଟ ଏଟିଏସ୍‌ ଏକ ଡିଜିଟାଲ୍ ଭିଡିଓ ରେକର୍ଡର୍ (ଡିଭିଆର୍‌) ଉଦ୍ଧାର କରିଛି। ଜଣେ ଏଟିଏସ୍ କର୍ମଚାରୀ ଏନେଇ ସୂଚନା ଦେଇଛନ୍ତି। ଏହା ଏକ ଡିଭିଆର୍‌; ଯାହାକୁ ଆମେ ଭଗ୍ନାବଶେଷରୁ ଉଦ୍ଧାର କରିଛୁ। ଏଫ୍‌ଏସ୍‌ଏଲ୍‌ ଦଳ ଖୁବ୍ ଶୀଘ୍ର ଏଠାକୁ ଆସିବ’’ ବୋଲି କର୍ମଚାରୀ ଜଣକ କହିଛନ୍ତି। 

ବିମାନ ଦୁର୍ଘଟଣାରେ ଏଯାଏ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିମାନରେ ଥିବା ଯାତ୍ରୀଙ୍କ ଜୀବନକୁ ନେଇ ଆଶା ସମସ୍ତେ ଛାଡି ଦେଇଥିବା ବେଳେ ଜଣେ ମାତ୍ର ବର୍ତ୍ତିଯାଇଛନ୍ତି । ନହେଲେ ବିମାନରେ ଥିବା ସମସ୍ତେ ମୃତ୍ୟୁର ପଞ୍ଝାରେ ଫସିଯାଇଛନ୍ତି । 

ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିମାନରେ ଥିବା ମୋଟ ୨୪୨ ଜଣଙ୍କ ମଧ୍ଯରୁ କେବଳ ଜଣଙ୍କୁ ଛାଡିଦେଲେ ବାକି ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ବିମାନର ଭୟଙ୍କର ବିସ୍ଫୋରଣ ପରେ ଲାଗିଯାଇଥିବା ନିଆଁରେ ୨୪୧ ଜଣ ଜଳି ଯାଇଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ୧ କାନାଡୀୟ ଯାତ୍ରା କରୁଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe