୫ଜି କମ୍ୟୁନିକେସନ୍‌ ପ୍ରଚଳନ କରିବାରୁ ଆମେରିକାକୁ ବିମାନ ଚଳାଚଳ ହ୍ରାସ କଲା ଏୟାର୍‌ ଇଣ୍ଡିଆ

Advertisment
ଯାତ୍ରୀଙ୍କୁ ଡିଜିସିଏ ମୁଖ୍ୟଙ୍କ ଭରସା: ବିମାନ ଯାତ୍ରା ସମ୍ପୂର୍ଣ୍ଣ ସୁରକ୍ଷିତ

Image Courtesy of NDTV

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ୫ଜି କମ୍ୟୁନିକେସନ୍‌ ମୁତୟନ କରିବାରୁ ଏୟାର୍‌ ଇଣ୍ଡିଆ ଆମେରିକାକୁ ବିମାନ ଚଳାଚଳ ହ୍ରାସ କରିଛି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଏୟାର୍‌ ଇଣ୍ଡିଆ କହିଛି, ଯୁକ୍ତରାଷ୍ଟ୍ର ଆମେରିକାରେ ୫ଜି କମ୍ୟୁନିକେସନ୍‌ ପ୍ରଚଳନ ହେବାରୁ ୨୦୨୨ ଜାନୁଆରି ୧୯ରୁ ଭାରତରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ବିମାନ ଚଳାଚଳ ହ୍ରାସ କରାଯିବା ସହ କିଛି ବିମାନ ପରିବର୍ତ୍ତନ କରାଯାଇଛି। ଏ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ।

publive-image Image Courtesy of India Today

‘ୟୁନାଇଟେଡ୍‌ ଏୟାର୍‌ଲାଇନସ୍‌’ କହିଛି, ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ‘୫ଜି’ ପ୍ରଚଳନ ଯୋଜନା ବିମାନ ଚଳାଚଳ ବିପର୍ଯ୍ୟସ୍ତ କରି ପକାଇବା ସହ ପ୍ରାୟ ୧.୨୫ ନିୟୁତ ‘ୟୁନାଇଟେଡ୍‌’ ଯାତ୍ରୀ ଏବଂ ଅନ୍ୟୂନ ୧୫,୦୦୦ ବିମାନ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏହାଛଡ଼ା, ଏଥିଯୋଗୁଁ ବାର୍ଷିକ ଦେଶର ୪୦ରୁ ଊର୍ଦ୍ଧ୍ବ ବୃହତ୍ତମ ବିମାନ ବନ୍ଦରଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଟନ୍‌ ଟନ୍‌ ମାଲ ପରିବହନ ଉପରେ ମଧ୍ୟ କୁପ୍ରଭାବ ପକାଇବ।

ରନ୍‌ୱେ ପାଖରେ ମୁତୟନ କରାଯାଉଥିବାରୁ ‘୫ଜି ସିଗ୍‌ନାଲ୍‌’ ଖରାପ ପାଗରେ ବିମାନ ଉଡ଼ାଣ ଏବଂ ଅବତରଣ ନିମନ୍ତେ ପାଇଲଟ୍‌ମାନେ ନିର୍ଭର କରୁଥିବା ପ୍ରମୁଖ ନିରାପତ୍ତା ଉପକରଣକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ବିବୃତି ଦେଇ ଏୟାର୍‌ଲାଇନ୍‌ କହିଛି।

କେବଳ ଏୟାର୍‌ ଇଣ୍ଡିଆ ନୁହେଁ, ୫ଜି ୱାୟାର୍‌ଲେସ୍‌ ପ୍ରଚଳନ ଯୋଗୁଁ ଜାନୁଆରି ୧୯ରୁ ଯୁକ୍ତରାଷ୍ଟ୍ର ଆମେରିକାର ୭ଟି ସ୍ଥାନକୁ ବିମାନ ଚଳାଚଳ ବନ୍ଦ କରିବ ବୋଲି ବିଶ୍ବରେ ସବୁଠୁ ଅଧିକ ବୋଇଙ୍ଗ୍‌ ୭୭୭ ବିମାନ ଚଳାଉଥିବା ‘ଦୁବାଇ ଏମିରେଟ୍ସ୍‌’ ମଧ୍ୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe