Advertisment

ଏୟାର୍‌ ଇଣ୍ଡିଆ ‘ଡାଟା ବ୍ରିଚ୍’: ସାଇବର୍ ଆକ୍ରମଣ ଯୋଗୁଁ ୪୫ ଲକ୍ଷ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୂଚନା ଲିକ୍‌

Advertisment
ଏୟାର ଇଣ୍ଡିଆ କିଣିବ ୫୦୦ ବିମାନ

Image Courtesy of India Today

ନୂଆଦିଲ୍ଲୀ: ଗତ ଫେବ୍ରୁଆରି ମାସରେ ‘ଏୟାର୍‌ଇଣ୍ଡିଆ’ ଓ ଅନ୍ୟ କେତେକ ଏୟାର୍‌ଲାଇନ୍‌ସ୍‌ ସର୍ଭର୍‌ରେ ବ୍ୟାପକ ‘ଡାଟା ବ୍ରିଚ୍’ (ସଂଗୃହୀତ ତଥ୍ୟାବଳି ପ୍ରଘଟ ହୋଇଯିବା) ହେବାରୁ ବିଶ୍ବବ୍ୟାପୀ ପ୍ରାୟ ୪୫,୦୦,୦୦୦ ବ୍ୟକ୍ତିଙ୍କର ବ୍ୟକ୍ତିଗତ ତଥ୍ୟାବଳି ‘ଲିକ୍‌’ ହୋଇଯାଇଛି। ‘ଲିକ୍‌’ ହୋଇଥିବା ତଥ୍ୟାବଳି ସବୁ ୨୦୧୧ ଅଗଷ୍ଟ ୨୬ ରୁ ୨୦୨୧ ଫେବ୍ରୁଆରି ୩ ତାରିଖ ମଧ୍ୟରେ ସଂଗୃହୀତ ହୋଇଥିଲା।

ଏଥିରେ ନାମ, ଜନ୍ମ ତାରିଖ, ଯୋଗାଯୋଗ ସୂଚନା, ପାସ୍‌ପୋର୍ଟ ସୂଚନା, ଟିକେଟ୍‌ ବିବରଣୀ, କ୍ରେଡିଟ୍‌ କାର୍ଡ ଡାଟା ଭଳି ବ୍ୟକ୍ତିବିଶେଷଙ୍କର କେତେକ ବ୍ୟକ୍ତିଗତ ତଥ୍ୟାବଳି ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ଏୟାର୍‌ ଇଣ୍ଡିଆର ଯାତ୍ରୀ ସେବା ସିଷ୍ଟମ୍‌ ଯୋଗାଣକାରୀ ‘ଏସ୍‌ଆଇଟିଏ’ ଉପରେ ‘ସୋଫିଷ୍ଟିକେଟେଡ୍‌ ସାଇବର୍ ଆଟାକ୍‌’ (ଅତି ଉନ୍ନତ ଧରଣର ସାଇବର୍‌ ଆକ୍ରମଣ) କାରଣରୁ ଏତେସଂଖ୍ୟକ ‘ଡାଟା ଲିକ୍‌’ ହୋଇଯାଇଛି।

publive-image Image Courtesy of Zee News

ଏ ସମ୍ବନ୍ଧରେ ବିବୃତି ଦେଇ ଏୟାର୍‌ ଇଣ୍ଡିଆ କହିଛି, ଆମେ ଓ ଆମର ‘ଡାଟା ପ୍ରୋସେସର୍‌’ ପ୍ରତିକାର ବ୍ୟବସ୍ଥା କରୁଛୁ। ବ୍ୟକ୍ତିଗତ ତଥ୍ୟାବଳି ସୁରକ୍ଷା ନିମନ୍ତେ ଯାତ୍ରୀମାନେ ଯଥାସମ୍ଭବ ସେମାନଙ୍କର ‘ପାସ୍‌ୱାର୍ଡ’ ପରିବର୍ତ୍ତନ କରି ଦିଅନ୍ତୁ। ସ୍ବିଜର୍‌ଲାଣ୍ଡ୍‌ ଅନ୍ତର୍ଗତ ଜେନିଭାରେ ଥିବା ‘ଏସ୍‌ଆଇଟିଏ’ ଉପରେ ସାଇବର୍‌ ଆକ୍ରମଣ କାରଣରୁ ‘ଏୟାର୍‌ ଇଣ୍ଡିଆ’ ଯାତ୍ରୀମାନଙ୍କ ସମତେ ବିଶ୍ବର ୪.୫ ନିୟୁତ ଯାତ୍ରୀଙ୍କର ତଥ୍ୟାବଳି ପ୍ରଭାବିତ ହୋଇଛି। ୨୦୨୧ ଫେବ୍ରୁଆରି ଶେଷ ସପ୍ତାହରେ ଏହି ‘ସୋଫିଷ୍ଟିକେଟେଡ୍‌ ସାଇବର୍‌ଆଟାକ୍‌’ ସଙ୍ଗଠିତ ‌ହୋଇଥିବା କଥା ‘ପାସେଞ୍ଜର୍‌ ସର୍ଭିସ୍‌ ସିଷ୍ଟମ୍‌ ପ୍ରୋଭାଇଡର୍‌’ ଆମକୁ ସୂଚନା ଦେଇଛି।

‘ଏୟାର୍‌ ଇଣ୍ଡିଆ’ ବ୍ୟତୀତ, ‘ମାଲେସିୟା ଏୟାର୍‌ଲାଇନ୍ସ’, ‘ଫିନ୍‌ଏୟାର୍‌’, ‘ସିଙ୍ଗାପୁର ଏୟାର୍‌ଲାଇନ୍ସ’, ‘ଲୁଫ୍‌ତାନ୍‌ସା’ ଏବଂ ‘କ୍ୟାଥି ପେସିଫିକ୍‌’ ଭଳି ବିଶ୍ବର କେତେକ ସୁପରିଚିତ ଏୟାର୍‌ଲାଇନ୍‌ସ୍‌ର ଯାତ୍ରୀ ତଥ୍ୟାବଳି ମଧ୍ୟ ଏହି ସାଇବର୍‌ ଆକ୍ରମଣରେ ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe