ଏୟାର ଇଣ୍ଡିଆ ବିମାନରେ ବାଦୁଡ଼ି, ମଝି ଆକାଶରୁ ଫେରିଲା ନେୱାର୍କ ଯାଉଥିବା ବିମାନ

Advertisment
ଏୟାର ଇଣ୍ଡିଆ ବିମାନରେ ବାଦୁଡ଼ି, ମଝି ଆକାଶରୁ ଫେରିଲା ନେୱାର୍କ ଯାଉଥିବା ବିମାନ

indiatoday.in

ନୂଆଦିଲ୍ଲୀ: ମଝି ଆକାଶରୁ ଫେରିଲା ନେୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ | ଦିଲ୍ଲୀରୁ ଉଡ଼ାଣ ଭରି ନେୱାର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି | ବିମାନରେ ବାଦୁଡ଼ି ଥିବା ନେଇ ଏୟାର ଇଣ୍ଡିଆ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ଜଣାଇବା ପରେ ଦିଲ୍ଲୀରୁ ନେୱାର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ପୁଣି ଦିଲ୍ଲୀ ଫେରିଛି |

ସୂଚନା ମୁତାବକ, ଏୟାର ଇଣ୍ଡିଆ ବିମାନ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରୁ ରାତି ୨ଟା ୨୦ରେ ଉଡ଼ାଣ କରିଥିଲା | କିନ୍ତୁ ଉଡ଼ାଣର ଅଧା ଘଣ୍ଟା ପରେ ମଝି ଆକାଶରେ ବିମାନ ମଧ୍ୟରେ ବାଦୁଡ଼ି ଥିବା ଜଣା ପଡିଥିଲା | ଏ ବିଷୟରେ ଜାଣି ବିମାନର କ୍ୟାପଟେନ ବିମାନକୁ ପୁଣି ଥରେ ଦିଲ୍ଲୀ ଫେରାଇ ଆଣିବାକୁ ସ୍ଥିର କଲେ।

Coronavirus: After Air India Opens Bookings, Centre Says No Decision On  Flight Operations Yet NDTV.com

ଡ଼ିଜିସିଆଇର କହିବା ମୁତାବକ, ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀରେ ପୁଣି ଅବତରଣ କରିଥିଲା | ସକାଳ ପ୍ରାୟ ୩:୫୫ ରେ ବିମାନଟି ନିରାପଦରେ ଅବତରଣ କରିବା ପରେ ଜାଣିବାକୁ ମିଳିଥିଲା ଯେ କ୍ରୁ ସଦସ୍ୟମାନେ କ୍ୟାବିନ ଭିତରେ ଏକ ବାଦୁଡ଼ି ଦେଖିଥିଲେ। ପରେ ବାଦୁଡ଼ି ଧରିବା ପାଇଁ ବନ୍ୟଜନ୍ତୁ କର୍ମଚାରୀଙ୍କୁ ଡକାଯାଇଥିଲା।

ତେବେ ବାଦୁଡ଼ିଟି ମୃତ ଅବସ୍ଥାରେ ମିଳିଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe