ପୋଡ଼ାଗନ୍ଧ ବାହାରିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସର କାଲିକଟ-ଦୁବାଇ ବିମାନ ମସ୍କଟକୁ ହେଲା ଡାଇଭର୍ଟ

Advertisment
ପୋଡ଼ାଗନ୍ଧ ବାହାରିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସର କାଲିକଟ-ଦୁବାଇ ବିମାନ ମସ୍କଟକୁ ହେଲା ଡାଇଭର୍ଟ

Image Courtesy: News Live

ନୂଆଦିଲ୍ଲୀ: କାଲିକଟର ଦୁବାଇ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ମଝି ଆକାଶରେ ଥିବାବେଳେ ବିମାନରୁ ପୋଡ଼ାଗନ୍ଧ ବାହାରିଥିଲା। ଏଘଟଣା ଜଣାପଡ଼ିବା ପରେ ବିମାନଟିକୁ ଆଉ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନିଆ ନଯାଇ ବିମାନଟିକୁ ମସ୍କଟକୁ ଡାଇଭର୍ଟ କରାଯାଇଥିବା ଜାଣିବାକୁ ମିଳିଛି।

ବିମାନ ଚଳାଚଳ ନିୟାମକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଅଧିକାରୀମାନେ ରବିବାର ଦିନ କହିଛନ୍ତି ଯେ ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ବିମାନର କ୍ୟାବିନ ମଧ୍ୟରୁ ଭୀଷଣ ପୋଡ଼ା ଗନ୍ଧ ବାହାରିଥିଲା। ପୋଡ଼ାଗନ୍ଧର କାରଣ ଜଣା ନପଡ଼ିବାରୁ କାଳେ କୌଣସି ଅଘଟଣ ଘଟିପାରେ ସେଇ ଆଶଙ୍କାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର କାଲିକଟ-ଦୁବାଇ ଯାତ୍ରୀବାହୀ ବିମାନଟିକୁ ଶନିବାର ରାତିରେ ମସ୍କଟକୁ ଡାଇଭର୍ଟ କରା ଯାଇଥିଲା। ଏବଂ ମସ୍କଟ ବିମାନ ବନ୍ଦରରେ ବିମାନଟିର ଜରୁରୀକାଳୀନ ଅବତରଣ କରା ଯାଇଥିଲା।

ବିମାନଟିର ଫରୱାର୍ଡ ଗେଲିରେ ଥିବା ଗୋଟିଏ ଭେଣ୍ଟରୁ ଜଳୁଥିବା ପୋଡ଼ା ଗନ୍ଧ ଆସୁଥିଲା ଏବଂ ପାଇଲଟମାନେ ବିମାନକୁ ମସ୍କଟକୁ ଡାଇଭର୍ଟ କରି ସୁରକ୍ଷିତ ଭାବେ ଅବତରଣ କରିଥିଲେ ବୋଲି ଡିଜିସିଏ ଅଧିକାରୀମାନେ କହିଛନ୍ତି। ବର୍ତ୍ତମାନ ଡିଜିସିଏ ପକ୍ଷରୁ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଛି ବୋଲି ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe