Image Courtesy of India Today
ନୂଆଦିଲ୍ଲୀ: ବିମାନରେ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ମଙ୍ଗଳବାର ଦିନ ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ କୋଭିଡ୍-ସଂଯମ ଆଚରଣ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଛି।
ମାର୍ଗଦର୍ଶିକା ବା ‘ଗାଇଡ୍ଲାଇନ୍’ରେ ଉଲ୍ଲେଖ ଅଛି ଯେ, କୋଭିଡ୍ ଟିକାକରଣର ପ୍ରାଥମିକ ସ୍କିଡ୍ୟୁଲ୍ ଅନୁଯାୟୀ କରାଯାଇଥିବା ଅନୁମୋଦନ ଅନୁସାରେ ସଂଯୁକ୍ତ ଆରବ ଏମିରେଟ୍ସ୍ରୁ ଆସୁଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ଟିକା ଡୋଜ୍ ନେଇଥିବା ଉଚିତ। ସେମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ମଧ୍ୟରେ ରହିଛି ମାସ୍କ୍ ପରିଧାନ ଓ ଶାରୀରିକ ଦୂରତ୍ବ ବଜାୟ ରଖିବା।
Image Courtesy of Zee Newsଟୁଇଟ୍ କରି ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ କହିଛି: ବିମାନ ମଧ୍ୟରେ ଏବଂ ସମସ୍ତ ପ୍ରବେଶ ପଥରେ ଯାତ୍ରୀମାନେ ମାସ୍କ୍ ପରିଧାନ କରିବା ସହିତ ଶାରୀରିକ ଦୂରତ୍ବ ବଜାୟ ରଖିବା ଉଚିତ।
ଗାଇଡ୍ଲାଇନ୍ରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବିମାନ ବନ୍ଦରରେ ପହଞ୍ଚି ସାରିବା ପରେ ୧୨ ବର୍ଷର କମ୍ ବୟସ୍କ ପିଲାମାନଙ୍କ ନିମନ୍ତେ ‘ରାଣ୍ଡମ୍ ଟେଷ୍ଟିଙ୍ଗ୍’ ଆବଶ୍ୟକ ନାହିଁ। ପହଞ୍ଚିବା ସମୟରେ କିଂବା ‘ସେଲ୍ଫ୍-ମନିଟରିଙ୍ଗ୍’ ସମୟରେ ଯଦି ଉକ୍ତ ପିଲାଙ୍କ ଶରୀରରେ କୋଭିଡ୍ ସଂକ୍ରାନ୍ତ ଲକ୍ଷଣ ଦେଖାଦିଏ, ନିୟମ ଅନୁସାରେ ସେମାନଙ୍କର ପରୀକ୍ଷା କରାଯିବ।
ସେହିପରି, ‘ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ୍ ଆଦି ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ନିମନ୍ତେ ‘ଆର୍ଟି-ପିସିଆର୍’ ପରୀକ୍ଷା ଏବେ ଭାରତ ସରକାର ବାଧ୍ୟତାମୂଳକ କରିଛନ୍ତି। ଯଦି ଉପରୋକ୍ତ ଦେଶମାନଙ୍କରୁ ଆସୁଥିବା କୌଣସି ଯାତ୍ରୀଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଦିଏ ଅଥବା ସେ ପଜିଟିଭ୍ ବାହାରନ୍ତ, ତେବେ ତାଙ୍କୁ କ୍ବାରେଣ୍ଟିନ୍ରେ ରଖାଯିବ।
Follow Us