ନୂଆଦିଲ୍ଲୀ : ଦିଲ୍ଲୀରୁ ପ୍ୟାରିସ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆର ଏକ ବିମାନ ଅଳ୍ପ କିଛି ସମୟ ପରେ ପୁଣି ଥରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି। ବିମାନର ଟାୟାରର କିଛି ଅଂଶ ରନୱେରେ ପଡ଼ିଥିବା ଦେଖିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ କେବିନ କ୍ରୁ’କୁ ସୂଚନା ଦିଆଯାଇଥିଲା। ଏହାପରେ ବିମାନଟି ଫେରି ଦିଲ୍ଲୀରେ ଅପରାହ୍ଣ ୨ଟା ୧୮ରେ ନିରାପଦ ଭାବେ ଅବତରଣ କରିଥିଲା। ବିମାନ ପହଞ୍ଚିବା ପରେ ତା’ର ଯାଞ୍ଚ କରାଯାଇଥିଲା। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏଆଇ ୧୪୩ ବିମାନର ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଏୟାର ଇଣ୍ଡିଆର ଅଧିକାରୀମାନେ ସୂଚନା ଦେଇଛନ୍ତି।
ପ୍ୟାରିସ ଉଡ଼ାଣ ଆରମ୍ଭ ପରେ ଦିଲ୍ଲୀ ଫେରିଲା ଏୟାର ଇଣ୍ଡିଆ ବିମାନ
Advertisment
Follow Us