www.indiatoday.in
ନୂଆଦିଲ୍ଲୀ: ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଗୁରୁବାର ଦିନ ଆଠ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିବା ଯାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ଅନେକ ଲୋକ ବିମାନ ବିଳମ୍ବିତ କାରଣରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ସେମାନଙ୍କ ସମସ୍ୟା ଜଣାଇଛନ୍ତି।
ଭିଜୁଆଲ୍ ସହିତ ଲୋକମାନେ ପୋଷ୍ଟ୍ ସେୟାର କରିଛନ୍ତି। ସାମ୍ବାଦିକ ଶ୍ୱେତା ପଞ୍ଜ ଏକ ପୋଷ୍ଟ୍ରେ ଲେଖିଛନ୍ତି ଯେ ‘‘ଏୟାର ଇଣ୍ଡିଆର ବିମାନ ୮ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଛି ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ବିନା ଏସିରେ ବସିଛନ୍ତି।’’ କିଛି ଲୋକ ଅଚେତ ହୋଇ ପଡ଼ିଥିବା ବେଳେ କିଛି ଯାତ୍ରୀମାନଙ୍କୁ ବିମାନରୁ ବାହାରିବାକୁ କୁହାଯାଇଥିବା ସେ ଦାବି କରିଛନ୍ତି।
ସେ ତାଙ୍କ ପୋଷ୍ଟ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିୟାଙ୍କୁ ଟ୍ୟାଗ୍ କରି ସମଗ୍ର ଅସୁବିଧାକୁ ଅମାନବୀୟ ବୋଲି କହିଛନ୍ତି। ତାଙ୍କ ପୋଷ୍ଟର ଜବାବରେ ଏୟାର ଇଣ୍ଡିଆ ତାଙ୍କୁ “ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା” ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛି।
ଏହି ବ୍ୟାଘାତ ହେତୁ ଆମେ ପ୍ରକୃତରେ ଦୁଃଖିତ। ଦୟାକରି ନିଶ୍ଚିତ ହୁଅନ୍ତୁ ଯେ ଆମର ଦଳ ବିଳମ୍ବକୁ ଦୂର କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଆମେ ମଧ୍ୟ ଆମ ଦଳକୁ ସଚେତନ କରୁଛୁ ବୋଲି ଏୟାର୍ ଇଣ୍ଡିଆ ତା’ର ପୋଷ୍ଟ୍ରେ କହିଛି।
Follow Us