ଚୀନ୍‌ର ଉହାନ୍‌ରୁ ୩୨୪ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀରେ ଅବତରଣ କଲା ଏୟାର୍‌ ଇଣ୍ଡିଆ ବିମାନ

Advertisment
ଚୀନ୍‌ର ଉହାନ୍‌ରୁ ୩୨୪ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀରେ ଅବତରଣ କଲା ଏୟାର୍‌ ଇଣ୍ଡିଆ ବିମାନ

Image Source: India Today

ନୂଆଦିଲ୍ଲୀ: କରୋନାଭାଇରସ୍‌ ପ୍ରପୀଡ଼ିତ ଚୀନ୍‌ର ଉହାନ୍‌ ପ୍ରଦେଶରୁ ୩୨୪ଜଣ ଭାରତୀୟଙ୍କୁ ଧରି ଏୟାର୍‌ ଇଣ୍ଡିଆର ଜମ୍ବୋ ବି୭୪୭ ବିମାନ ଶନିବାର ସକାଳେ ଦିଲ୍ଲୀରେ ଅବତରଣ କରିଛି।

ସକାଳ ପ୍ରାୟ ୭: ୩୦ରେ ସେ ବିମାନଟି ଦିଲ୍ଲୀରେ ପହଞ୍ଚିଥିବା କଥା ଜଣାପଡ଼ିଛି।

ଗତ ରାତି ୧: ୧୯ରେ ଏୟାର୍‌ ଇଣ୍ଡିଆର ମୁଖପାତ୍ର କହିଥିଲେ: ୩୨୪ଜଣ ଯାତ୍ରୀଙ୍କୁ ଧରି ଏକ ସ୍ୱତନ୍ତ୍ର ବିମାନ ଉହାନ୍‌ରୁ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି। ସକାଳ ୭: ୩୦ ମିନିଟ୍‌ରେ ଏହା ଦିଲ୍ଲୀରେ ପହଞ୍ଚିପାରେ।

ସେଥିରେ ରାମ ମନୋହର ଲୋହିଆ ହସ୍‌ପିଟାଲର ୫ ଜଣ ଡାକ୍ତର ଏବଂ ଜଣେ ପାରାମେଡିକାଲ୍‌ ଷ୍ଟାଫ୍‌ ଅଛନ୍ତି।

publive-image Image Source: India TV

ଚୀନ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାକୁ ଶୁକ୍ରବାର ଦିନ ୧: ୧୭ରେ ଦିଲ୍ଲୀ ବିମାନବନ୍ଦରରୁ ଏହି ବିମାନଟି ଉହାନ୍‌ ଯାଇଥିଲା।

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଚୀନ୍‌ରେ ମୃତ ଲୋକମାନଙ୍କ ମଧ୍ୟରେ କୌଣସି ଭାରତୀୟ ନାହାନ୍ତି ବୋଲି କୁହାଯାଉଛି।

ଚୀନ୍‌ରେ ଅଭିନବ କରୋନାଭାଇରସ୍‌ ପ୍ରକୋପଜନିତ ମୃତ୍ୟୁ ସଂଖ୍ୟା ୨୫୯ ହୋଇଥିବା ବେଳେ ଆହୁରି ୧୧, ୭୯୧ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ ହୁବେଇ ପ୍ରଦେଶରେ ଥିବା ବିଭିନ୍ନ ଦେଶର ନାଗରିକମାନଙ୍କୁ ସମ୍ପୃକ୍ତ ଦେଶଗୁଡ଼ିକ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe