ଅହମଦାବାଦ ବିମାନ ଦୁର୍ଘଟଣା: ଡାକ୍ତରଙ୍କ ହଷ୍ଟେଲରେ ମାଡ଼ ହୋଇଥିଲା ବିମାନ

thaaffh

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖାଯାଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ତେବେ ବିମାନଟି ଉଡ଼ାଣ କରିବା ପରେ ପାଖରେ ଥିବା ଜବୋଲି ସାମ୍ନାକୁ ଆସିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ପ୍ରାଥମିକ ସୂଚନା ଅନୁଯାୟୀ, ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଡାକ୍ତରଙ୍କ ହଷ୍ଟେଲକୁ ଧକ୍କା ଦେଇ ଧ୍ବଂସ ହୋଇଯାଇଛି। ଘଟଣାର ୨-୩ ମିନିଟ୍ ମଧ୍ୟରେ ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୭୦-୮୦% ଅଞ୍ଚଳ ସଫା କରାଯାଇଛି।"

ସୂଚନା ଅନୁଯାୟୀ, ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା। ହେଲେ ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ଅହମ୍ମଦାବାଦର ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିପାଇଁ ସହରର ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି ଏବଂ ତୁରନ୍ତ ହସ୍ପିଟାଲରେ ୧୨୦୦ ଶଯ୍ୟା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe