ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ-ସାନ୍‌ ଫ୍ରାନ୍ସିସ୍କୋ ଏୟାର ଇଣ୍ଡିଆ ବିମାନ ରୁଷ୍‌ରେ

Advertisment

୨୧୬ ଯାତ୍ରୀଙ୍କୁ ସହାୟତା ପହଞ୍ଚାଇଲା ସ୍ବତନ୍ତ୍ର ବିମାନ

୨୧୬ ଯାତ୍ରୀଙ୍କୁ ସହାୟତା ପହଞ୍ଚାଇଲା ସ୍ବତନ୍ତ୍ର ବିମାନ

ଏୟାର୍‌ ଇଣ୍ଡିଆ ବିମାନ ଉଡ଼ାଣରେ ୨୪ ଘଣ୍ଟା ବିଳମ୍ବ

ନୂଆଦିଲ୍ଲୀ : ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଇଂଜିନରେ ତ୍ରୁଟି ଯୋଗୁ ନିଜର ଗତି ବଦଳାଇ ରୁଷ୍ ଆଡ଼କୁ ଯିବାକୁ ବାଧ୍ୟ ହୋଇଛି। ୨୧୬ ଯାତ୍ରୀ ଓ ୧୬ ଜଣ କର୍ମଚାରୀ ଥିବା ବିମାନଟି ଦିଲ୍ଲୀରୁ ଆଜି ଭୋର ୪ଟା ୨୩ରେ ଉଡ଼ାଣ ଆରମ୍ଭ କରିଥିବା ବେଳେ ଏହା ରୁଷ୍‌ର ମାଗାଡାନ ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା। ସେଠାରେ ଏହାର ବାଧ୍ୟତାମୂଳକ ତନଖି କରାଯାଉଛି। ଯାତ୍ରୀମାନଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଛି। ଆଜି ଅପରାହ୍ନରେ ସହାୟତା ସାମଗ୍ରୀ ସହ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ମାଗାଡାନ ପହଞ୍ଚିଛି। ଯାତ୍ରୀମାନଙ୍କୁ ବର୍ତ୍ତମାନ ପୂର୍ବ ରୁଷୀୟ ବନ୍ଦର ସହରରେ ବିଭିନ୍ନ ହୋଟେଲରେ ରଖାଯାଇଛି ଏବଂ ସେମାନଙ୍କୁ ଅନ୍ୟ ବିମାନରେ ସାନ ଫ୍ରାନ୍ସିସ୍କୋ ଯିବାର ବନ୍ଦୋବସ୍ତ କରାଯାଉଛି ବୋଲି ବିମାନ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe