ଚକା କାମ ନ କରିବାରୁ ଆସାମରେ ଜରୁରୀ ଅବତରଣ କଲା ଏୟାର୍‌ ଇଣ୍ଡିଆ ବିମାନ

Advertisment
ଚକା କାମ ନ କରିବାରୁ ଆସାମରେ ଜରୁରୀ ଅବତରଣ କଲା ଏୟାର୍‌ ଇଣ୍ଡିଆ ବିମାନ

Image Courtesy of India Today

ସିଲ୍‌ଚର୍‌: ଆଜି ଆସାମର ସିଲ୍‌ଚର୍‌ସ୍ଥିତ କୁମ୍ଭଗ୍ରାମ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ  ଗୋଟିଏ ଚକା ଅକାମିକା ହୋଇଯିବାରୁ ‘ଏୟାର୍‌ ଇଣ୍ଡିଆ’ର ଗୋଟାଏ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଉଡ଼ାଣ କରିବା ପରେ ପରେ ପଛ ଚକାରେ ତ୍ରୁଟି ଦେଖା ଦେବାରୁ ବାଧ୍ୟ ହୋଇ ବିମାନଟିକୁ ଅବତରଣ କରାଇବାକୁ ପଡ଼ିଥିଲା। କୋଲ୍‌କାତା ଅଭିମୁଖେ ବାହାରିଥିବା ଉକ୍ତ ବିମାନରେ (ଏୟାର୍‌ବସ୍‌ ଏ୩୧୯)

ବିମାନବନ୍ଦର ନିର୍ଦେଶକ ପି.କେ. ଗୋରାଇ କହିଛନ୍ତି, ହାଇଡ୍ରୋଲିକ୍‌ ‘ଲିକ୍‌’ ସହ ବିମାନ ଚାଳକ ଚକାର ବୈଷୟିକ ତ୍ରୁଟି କଥା ଜାଣିପାରି ପୁନଶ୍ଚ ବିମାନଟିକୁ ସିଲ୍‌ଚର୍‌ ବିମାନ ବନ୍ଦରରେ ଅବତରଣ କରାଇଥିଲେ। ଏଥିପାଇଁ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀପରିସ୍ଥିତି ଜାରି କରାଯାଇଥିଲା। କ’ଣ ପାଇଁ ଏଭଳି ତ୍ରୁଟି ଦେଖାଦେଲା ତାହା ଜାଣିବାକୁ ଉଦ୍ୟମ ଚାଲିଛି। ବିମାନଟି ଖୁବ୍‌ ବଡ଼ ହୋଇଥିବାରୁ ଗୋଟିଏ ରନ୍‌ୱେଥିବା ବିମାନ ବନ୍ଦରଟି ଏବେ ଅବରୋଧ ହୋଇରହିଛି। ଯଦି ଉକ୍ତ ବିମାନ ନ ଉଡ଼େ, ଆମେ ଏଠାରୁ ଉଡ଼ାଣ ଆରମ୍ଭ କରିବାକୁ ଥିବା ଅନ୍ୟ ସବୁ ବିମାନ ଯାତ୍ରା ବାତିଲ କରିବୁ।

୧୨୪ ରୁ ୧୫୬ ଯାତ୍ରୀ ବହନ କରିବାର ସାମର୍ଥ୍ୟ ଥିବା ‘ଏୟାର୍‌ବସ୍‌ ଏ୩୧୯’ ହେଉଛି ଦୁଇ ଇଞ୍ଜିନବିଶିଷ୍ଟ କ୍ଷୁଦ୍ରରୁ ମଧ୍ୟମ ଧରଣର ବ୍ୟାବସାୟିକ ଯାତ୍ରୀବାହୀ ବିମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe