ଆକାଶପଥ ବନ୍ଦ: ଦିଲ୍ଲୀ ଫେରି ଆସିଲା ଏୟାର୍‌ ଇଣ୍ଡିଆ ବିମାନ; ୟୁକ୍ରେନ୍‌ରେ ଫସି ରହିଗଲେ ଓଡ଼ିଆଙ୍କ ସମେତ ଅନେକ ଭାରତୀୟ

ଆକାଶପଥ ବନ୍ଦ: ଦିଲ୍ଲୀ ଫେରି ଆସିଲା ଏୟାର୍‌ ଇଣ୍ଡିଆ ବିମାନ; ୟୁକ୍ରେନ୍‌ରେ ଫସି ରହିଗଲେ ଓଡ଼ିଆଙ୍କ ସମେତ ଅନେକ ଭାରତୀୟ

ନୂଆଦିଲ୍ଲୀ: ରୁଷ୍‌ ଆକ୍ରମଣ ହେତୁ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍‌ ଆକାଶ ମାର୍ଗ ବନ୍ଦ କରିଦେବାରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଆଣିବାକୁ ଯାଇଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଦିଲ୍ଲୀ ଫେରି ଆସିଛି।

ରୁଷ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ଲାଗିବା ଆଶଙ୍କାରେ ସ୍ବଦେଶ ଫେରିଆସିବା ଲାଗି ଓଡ଼ିଆଙ୍କ ସମେତ ହଜାର ହଜାର ଭାରତୀୟ ୟୁକ୍ରେନ୍ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତରୀ ପଢ଼ିବାକୁ ୟୁକ୍ରେନ୍‌ ଯାଇଥିବା ଓଡ଼ିଆ ଯୁବକଯୁବତୀଙ୍କ ଫେରିବା ନେଇ ସମ୍ପ୍ରତି ଅନିଶ୍ଚିତତା ଦେଖାଦେଇଛି। ଘରେ ଚିନ୍ତିତ ପିତାମାତା ଓ ଅଭିଭାବକ ସେମାନଙ୍କ ଫେରିବା ପଥକୁ ଚାହିଁ ବସିଛନ୍ତି।

publive-image Image Courtesy of India Today

ୟୁକ୍ରେନ୍‌ ଅଭିମୁଖେ ପ୍ରେରିତ ସମସ୍ତ ବିମାନ ପ୍ରତି ‘ନୋଟାମ୍‌’ (ବିମାନଚାଳକମାନଙ୍କ ପ୍ରତି ନୋଟିସ୍‌) ଜାରି ହେବା ପରେ ଦିଲ୍ଲୀ ଫେରି ଆସିବାକୁ ଏୟାର୍‌ ଇଣ୍ଡିଆ ବିମାନ ସ୍ଥିର କରିଥିଲା।

ସଦ୍ୟତମ ସୂଚନା ଅନୁସାରେ, କିଏଭ୍‌ ଏବଂ ଖାର୍କିଭ୍‌ରେ ଥିବା ୟୁକ୍ରେନୀୟ ସାମରିକ ଆଡ୍ଡା ଉପରେ ‌କ୍ଷେପଣାସ୍ତ୍ର ଆକ୍ରମଣ କରାଯାଉଥିବା କଥା ‘ୟୁକ୍ରେନ୍‌ସ୍କା ପ୍ରଭଦା’ ନିଉଜ୍‌ ୱେବ୍‌ସାଇଟ୍‌ ସୂତ୍ରରୁ ଜଣାପଡ଼ିଛି।

ସମଗ୍ର ୟୁକ୍ରେନ୍‌ର ବିଭିନ୍ନ ଅଞ୍ଚଳରେ ରୁଷ୍‌ ଭୀଷଣ ଆକ୍ରମଣ କରିବାରୁ ଦେଶବ୍ୟାପୀ ବିସ୍ଫୋରଣ ଶବ୍ଦ ଶୁଭୁଛି। ରୁଷ୍‌ର ପାଞ୍ଚଟି ଲଢୁଆ ବିମାନକୁ ଗୁଳି କରି ଖସାଇ ଦେଇଥିବା କଥା ମଧ୍ୟ ୟୁକ୍ରେନ୍‌ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe