ଏୟାର୍ ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: ୧୦୫ ଯାତ୍ରୀଙ୍କ ସହ ବୋଇଂ ୭୭୭ ମୁମ୍ବାଇ ଫେରିଲା, ଦୁଇ ଉଡ଼ାଣ ବାତିଲ

ଏୟାର୍ ଇଣ୍ଡିଆର ନେୱାର୍କଗାମୀ ଫ୍ଲାଇଟ୍ ଏଆଇ-୧୯୧ରେ ଯାନ୍ତ୍ରିକ ତ୍ରୁଟି ଠାବ ହେବାରୁ ଏହା ମୁମ୍ବାଇକୁ  ସୁରକ୍ଷିତ ଭାବେ ଫେରି ଆସିଛି। ଏହି ଫ୍ଲାଇଟ୍ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ  ଆମେରିକାର ନେୱାର୍କର ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିଲା।

Air India

Air India flight return to airport Photograph: (@airindia)

ମୁମ୍ବାଇ: ଏୟାର୍ ଇଣ୍ଡିଆର ନେୱାର୍କଗାମୀ ଫ୍ଲାଇଟ୍ ଏଆଇ-୧୯୧ରେ ଯାନ୍ତ୍ରିକ ତ୍ରୁଟି ଠାବ ହେବାରୁ ଏହା ମୁମ୍ବାଇକୁ  ସୁରକ୍ଷିତ ଭାବେ ଫେରି ଆସିଛି। ଏହି ଫ୍ଲାଇଟ୍ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ  ଆମେରିକାର ନେୱାର୍କର ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିଲା। ବୋଇଂ ୭୭୭-୨୦୦ ଏଆଲ୍ଆର୍  ବିମାନରେ ପ୍ରାୟ ୧୦୫ ଜଣ ଯାତ୍ରୀ ଏବଂ ୧୪ ଜଣିଆ କ୍ରୁ ସଦସ୍ୟ ଥିଲେ।

ବୁଧବାର ଭୋର୍‌ ୧.୧୪ ମିନିଟ୍‌ରେ ଉଡ଼ାଣ ଭରିଥିବା ବିମାନଟି ୨ ଘଣ୍ଟା ୧୬ ମିନିଟ୍ ପରେ ଆରବ ସାଗରରେ ପ୍ରାୟ ୧୦,୦୦୦ ଫୁଟ ଉଚ୍ଚତାରେ ଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଠାବ ହୋଇଥିଲା। ପାଇଲଟ୍ କଣ୍ଟ୍ରୋଲ୍ ରୁମ୍‌କୁ ତୁରନ୍ତ ସୂଚନା ଦେଇ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ ସକାଳ ୫.୩୦ ମିନିଟ୍‌ରେ ମୁମ୍ବାଇରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇବା ପରେ ବିମାନଟି ବର୍ତ୍ତମାନ ବିସ୍ତୃତ ଯାଞ୍ଚ ଅଧୀନରେ ରହିଛି। ଏହି ଘଟଣା ଯୋଗୁଁ ଫ୍ଲାଇଟ୍ ଏଆଇ-୧୯୧ (ମୁମ୍ବାଇ-ନେୱାର୍କ ଏବଂ ଫେରନ୍ତା ଫ୍ଲାଇଟ୍ ଏଆଇ-୧୪୪ (ନେୱାର୍କ-ମୁମ୍ବାଇ) ବାତିଲ ହୋଇଛି। ମୁମ୍ବାଇରେ ଥିବା ଯାତ୍ରୀଙ୍କୁ ନିକଟବର୍ତ୍ତୀ ହୋଟେଲ୍‌ରେ ରହିବା ବ୍ୟବସ୍ଥା କରାଯାଇଛି ଏବଂ ଏୟାର୍ ଇଣ୍ଡିଆ କିମ୍ବା ସହଯୋଗୀ ଏୟାରଲାଇନ୍ସର ଅନ୍ୟ ଫ୍ଲାଇଟ୍‌ରେ ପୁଣି ବୁକିଂ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe