Image Courtesy of News18
ନୂଆଦିଲ୍ଲୀ: ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ବୁକରେଷ୍ଟ୍ ବାଟ ଦେଇ ଭାରତକୁ ଫେରାଇ ଆଣିବା ଲାଗି ଆଜି ରାତି ୨ଟା ବେଳେ ଏୟାର୍ ଇଣ୍ଡିଆ ୨ଟି ବିମାନ ପଠାଇବ।
ସେପଟେ ଭାରତୀୟ ଉଦ୍ଧାରକାରୀ ଟିମ୍ ରୋମାନିଆ ସୀମାନ୍ତରେ ପହଞ୍ଚିଯାଇଛନ୍ତି। ସେଠାରୁ ୟୁକ୍ରେନ୍ର ରାଜଧାନୀ କିଏଭ୍ ମାତ୍ର ୧୨ ଘଣ୍ଟାର ବାଟ। ବେସାମରିକ ବିମାନ ଚଳାଚଳ ପାଇଁ ଆକାଶପଥ ବନ୍ଦ ଥିବାରୁ ନିରାପଦରେ ସ୍ବଦେଶ ଫେରିବାକୁ ଭାରତୀୟ ନାଗରିକମାନେ ବୁକରେଷ୍ଟ୍ରେ ବିମାନ ଆରୋହଣ କରିବେ।
 Image Courtesy of Mid-dayପ୍ରାପ୍ତ ସୂଚନା ଅନୁସାରେ, କେତେକ ଭାରତୀୟ ନାଗରିକ ଏବେ କିଏଭ୍ସ୍ଥିତ ଭାରତୀୟ ଦୂତାବାସରେ ଆଶ୍ରୟ ନେଇଛନ୍ତି। ଦୂତାବାସ ଚାରିପଟେ ବୋମା ପଡୁଥିବା ରିପୋର୍ଟ ମିଳିଥିଲେ ସୁଦ୍ଧା କିଛି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି।
କିଏଭ୍ସ୍ଥିତ ଭାରତୀୟ ଦୂତାବାସ ୟୁକ୍ରେନ୍ରେ ଥିବା ଭାରତୀୟ ନାଗରିକ ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରି ଯିଏ ଯେଉଁଠି ଅଛନ୍ତି, ସେଠାରେ ଅବିଚଳିତ ଭାବେ ରହିବାକୁ ପରାମର୍ଶ ଦେଇଥିଲା। ଏଥିସହ ସେମାନଙ୍କୁ ବିକଳ୍ପ ଆକାଶପଥରେ ସ୍ବଦେଶ ଫେରାଇ ନେବା ପାଇଁ ଉଦ୍ୟମ ଚାଲିଛି ବୋଲି ପ୍ରତିଶ୍ରୁତି ଦେଇଥିଲା।
ଏହାଛଡ଼ା, ବୋମା ବର୍ଷଣ ହେଉଥିବାରୁ ନିକଟବର୍ତ୍ତୀ ବୋମା ଆଶ୍ରୟସ୍ଥଳ ଅଥବା ବଙ୍କର୍ ମଧ୍ୟରେ ଆଶ୍ରୟ ନେବାକୁ ଭାରତୀୟ ଦୂତାବାସ ସେମାନଙ୍କୁ ପରାମର୍ଶ ବି ଦେଇଥିଲା।
  
 Follow Us