ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’

Advertisment
ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’

indiatoday

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’। ନ୍ୟୁୟର୍କରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ଆସି ଦିଲ୍ଲୀରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ।

ଅମ୍ଲଜାନ ଯୋଗାଣ କରାଯାଉଥିଲେ ମଧ୍ୟ ‌ଦେଶର ବିଭିନ୍ନ କୋଣରେ କରୋନା ଆକ୍ରାନ୍ତ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରୁଥିବା ଦେଖାଯାଇଛି। ଶନିବାର ଦିଲ୍ଲୀର ଜୟପୁରରେ ଥିବା ଗୋଲଡେନ ହସ୍ପିଟାଲରେ ୨୦ଜଣ କରୋନା ରୋଗୀଙ୍କୁ ଅମ୍ଲଜାନ ନମଳିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିଲା। ଦେଶର ଏଭଳି ସ୍ଥିତିରେ ଏବେ ଭାରତରୁ ସାହାଯ୍ୟର ହାତ ବଢ଼ାଇଛି ଆମେରିକା।

ମାରାତ୍ମକ କରୋନାଭାଇରସ୍‌ ସଙ୍କଟ ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ ପ୍ରତିଶ୍ରୁତି ଦେଇଥିଲେ।

publive-image Image Courtesy of NDTV

ଟୁଇଟ୍‌ କରି ଜୋ ବାଇଡେନ୍‌ କହିଥିଲେ, ମହାମାରୀର ପ୍ରାରମ୍ଭିକ କାଳରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇଯାଇଥିବା ବେଳେ ଭାରତ ଯେମିତି ସହାୟତା ପଠାଇଥିଲା, ସେମିତି ଆବଶ୍ୟକ ବେଳେ ଭାରତକୁ ଆମେ ସହାୟକ ହେବାକୁ ପ୍ରତିବଦ୍ଧ।

ଅନ୍ୟ ଏକ ଟୁଇଟ୍‌ରେ ଉପରାଷ୍ଟ୍ରପତି କମଳା ହାରିସ୍‌ କହିଥିଲେ, କୋଭିଡ୍‌-୧୯ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ତୁରନ୍ତ ଅତିରିକ୍ତ ସହାୟତା ଏବଂ ସାମଗ୍ରୀ ଯୋଗଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସହାୟତା ଯୋଗାଇଦେବା ସହ ଭାରତର ସାହସୀ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe