ମୁମ୍ବାଇ: ବୈଷୟିକ ତ୍ରୁଟି ଯୋଗୁଁ ଆଜି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ପୋର୍ଟରେ କାଲିକଟ୍ ଅଭିମୁଖେ ବାହାରି ଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଜରୁରୀ ଅବରତଣ କରିଛି।
ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଏୟାର୍ ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ରନ୍ୱେରୁ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ବିମାନଟି ପୁଣି ବେ’କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏଥିରେ ୧୧୪ଜଣ ଯାତ୍ରୀ ଥିଲେ।
Image Courtesy of India Todayମୁମ୍ବାଇ-କାଲିକଟ୍ ସେକ୍ଟର୍ରେ ଚଳାଚଳ କରୁଥିବା ଏୟାର୍ ଇଣ୍ଡିଆ ବିମାନ ‘ଏଆଇ ୫୮୧’ ୬.୧୩ରେ ରନ୍ୱେରୁ ଉଡ଼ାଣ ଆରମ୍ଭ କରୁ କରୁ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ୬.୨୫ରେ ବେ’କୁ ପ୍ରତ୍ୟାବର୍ତ୍ତନ କରିଥିବା କଥା ଏୟାର୍ଲାଇନ୍ ରିପୋର୍ଟ କରିଛି।
ଏହାପରେ ବିମାନଟିକୁ ଉତ୍ତମରୂପେ ଇଞ୍ଜିନିୟରିଙ୍ଗ୍ ଯାଞ୍ଚ କରାଯିବା ପରେ ଉଡ଼ାଣ ପାଇଁ ଅନୁମତି ଦିଆାଇଥିଲା। ଶେଷରେ ୩ ଘଣ୍ଟା ବିଳମ୍ବରେ ଅର୍ଥାତ୍ ସକାଳ ୯.୫୦ରେ ବିମାନଟି ତା’ର ଗନ୍ତବ୍ୟ ପଥ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ବୋଲି ଏୟାର୍ଲାଇନ୍ କହିଛି।
Follow Us