ଆଲ୍‌କହଲ୍‌ ଟେଷ୍ଟରେ ବିଫଳ: ସଂଚାଳନ ନିର୍ଦ୍ଦେଶକ ପଦରୁ ବହିଷ୍କୃତ ହେଲେ ଏୟାର୍‌ ଇଣ୍ଡିଆ ପାଇଲଟ୍‌

Advertisment
୮ରୁ ରାଞ୍ଚିକୁ ଯିବ ଏୟାର ଇଣ୍ଡିଆ ବିମାନ

ମୁମ୍ବାଇ:ବିମାନ ଉଡ଼ାଣର ମାତ୍ର କିଛି ସମୟ ପୂର୍ବରୁ ପାଇଲଟ୍‌ ଅରବିନ୍ଦ କାଥପଲିଆ ଆଲ୍‌କହଲ ଟେଷ୍ଟରେ ବିଫଳ ହେବା ପରେ ସୋମବାର ତାଙ୍କ ଲାଇସେନ୍ସକୁ ତିନି ବର୍ଷ ପାଇଁ ରଦ୍ଦ କରି ଦିଆଯାଇଥିଲା। ଏହି ମାମଲାକୁ ଦୃଷ୍ଟିରେ ରଖି ଅରବିନ୍ଦଙ୍କୁ ମଙ୍ଗଳବାର ଏୟାର୍‌ ଇଣ୍ଡିଆର ସଂଚାଳନ ନିର୍ଦ୍ଦେଶକ ପଦରୁ ବହିଷ୍କାର କରି ଦିଆଯାଇଛି। ପାଇଲଟ୍‌ କାଥପଲିଆ ରବିବାର ଅପରାହ୍ନରେ ଲଣ୍ଡନ ଯାଉଥିବା ଏୟାର୍‌ ଇଣ୍ଡିଆ ବିମାନ ଉଡ଼ାଣ ପୂର୍ବରୁ ବ୍ରିଦ୍‌ ଅନ୍‌ଲାଇଜର୍‌ ପରୀକ୍ଷାରେ ବିଫଳ ହୋଇଥିଲେ। ସେ ବର୍ଷକ ମଧ୍ୟରେ ଏହି ପରୀକ୍ଷାରେ ଦୁଇ ଥର ବିଫଳ ହୋଇ ସାରିଲେଣି ବୋଲି ସୂଚନା ରହିଛି।

ରାତି ୨.୪୫ ସମୟରେ ବିମାନଟି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥାନ୍ତା। ମାତ୍ର ତାଙ୍କ ଶରୀରରେ ଆଲ୍‌କହଲ ଥିବା ଜାଣିବାକୁ ତାଙ୍କୁ ଉଡ଼ାଣ ଭରିବାକୁ ଅନୁମତି ମିଳିନଥିଲା। ତାଙ୍କ ସ୍ଥାନରେ ଆଉ ଜଣେ ପାଇଲଟ୍‌ଙ୍କୁ ପଠାଯାଇଥିଲା।

ଏହା ପୂର୍ବରୁ ସେ ଜାନୁଆରି ୧୭ ତାରିଖରେ ବ୍ରିଦ୍‌ ଅନ୍‌ଲାଇଜର୍‌ ପରୀକ୍ଷାରେ ବିଫଳ ହୋଇଥିଲେ। ୨୦୧୭ ମସିହାରେ ମଧ୍ୟ ସେ ଏହି ପରୀକ୍ଷାରେ ବିଫଳ ହେବାରୁ ତାଙ୍କ ଲାଇସେନ୍ସକୁ ତିନି ମାସ ପାଇଁ ରଦ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe