ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା: ପାଇଲଟ୍‌ ଓ କ୍ରୁ’ଙ୍କୁ କାର୍ଯ୍ୟରୁ ଅନ୍ତର କଲା ଏୟାର୍‌ ଇଣ୍ଡିଆ

Advertisment
ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା: ପାଇଲଟ୍‌ ଓ କ୍ରୁ’ଙ୍କୁ କାର୍ଯ୍ୟରୁ ଅନ୍ତର କଲା ଏୟାର୍‌ ଇଣ୍ଡିଆ

Image Courtesy of NDTV

ନୂଆଦିଲ୍ଲୀ: ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଯୋଗୁଁ ବିବାଦୀୟ ହୋଇଥିବା ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନର ୪ଜଣ କ୍ୟାବିନ୍‌ କ୍ରୁ’ ଏବଂ ୨ଜଣ ପାଇଲଟଙ୍କ ମଧ୍ୟରୁ ଜଣକୁ ଆଜି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହିତ କାର୍ଯ୍ୟରୁ ଅନ୍ତର କରାଯାଇଛି।

ଏୟାର୍‌ ଇଣ୍ଡିଆ କହିଛି, ଏହି ଘଟଣାରେ ଅନ୍ୟ କ‌ୌଣସି କର୍ମଚାରୀଙ୍କ ତରଫରୁ ତ୍ରୁଟି ହୋଇଛି କି, ନାହିଁ, ତାହା ମଧ୍ୟ ତଦନ୍ତ କରାଯାଉଛି। ସେ ସବୁ ହେଲା ବିମାନରେ ମଦ୍ୟ ପରିବେଷଣ, ସମସ୍ୟାର ଅଗ୍ରହଣୀୟ ସମାଧାନ, ବିମାନରେ ଅଭିଯୋଗ ପଞ୍ଜୀକରଣ ଏବଂ ପ୍ରତିକାର ଆଦି।

ଭବିଷ୍ୟତରେ ଏଭଳି ଘଟଣାର ପ୍ରତିରୋଧ ନିମନ୍ତେ କ୍ରୁ’ମାନଙ୍କର ସଚେତନତା ସୁଦୃଢ଼ କରିବା ନିମନ୍ତେ ‘ସାମଗ୍ରିକ ଶିକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଥିବା କଥା ମଧ୍ୟ ଏୟାର୍‌ ଇଣ୍ଡିଆ କହିଛି। ଏହାଛଡ଼ା, ବିମାନରେ ପରିବେଷଣ‌ କରାଯାଉଥିବା ମଦନୀତି ଉପରେ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ଏୟାର୍‌ ଇଣ୍ଡିଆ ବିବୃତିରେ ଉଲ୍ଲେଖ ଅଛି।

publive-image Sankar Mishra, Image Courtesy of India Today

ସୂଚନାଯୋଗ୍ୟ, ଜେରା ନିମନ୍ତେ ଆଜି ଉଭୟ ପାଇଲଟ୍‌ ଦିଲ୍ଲୀର ‘ଆଇଜିଆଇ’ ବିମାନ ବନ୍ଦର ଥାନାରେ ହାଜର ହୋଇଛନ୍ତି।

ସେହିପରି, ଏୟାର୍‌ ଇଣ୍ଡିଆର ‘ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌’ ତଥା ‘ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର୍‌’ କ୍ୟାମ୍ପ୍‌ବେଲ୍‌ ୱିଲ୍‌ସନ୍‌ ମଧ୍ୟ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଘଟଣାକୁ ଠିକ୍‌ ଭାବେ ସମାଧାନ କରାଯାଇ ପାରିଥାଆନ୍ତା।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର୍‌ ଇଣ୍ଡିଆ ବିମାନର ‘ବିଜ୍‌ନେସ୍‌ କ୍ଲାସ୍‌’ରେ ଯାତ୍ରାରତ ବୟୋଜ୍ୟେଷ୍ଠା ମହିଳାଙ୍କ ଉପରେ ପରିସ୍ରା କରିଥିବା ମୁମ୍ବାଇର ଶଙ୍କର ମିଶ୍ରାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe