ଗୋରଖପୁରର ପ୍ରଥମ ମହିଳା ପାଇଲଟ ମୃତ୍ୟୁ ପୂର୍ବରୁ ୧୫ମିନିଟ ମା’ ସହ ହୋଇଥିଲେ କଥା

ଗୋରଖପୁରର ପ୍ରଥମ ମହିଳା ପାଇଲଟ ମୃତ୍ୟୁ ପୂର୍ବରୁ ୧୫ମିନିଟ ମା’ ସହ ହୋଇଥିଲେ କଥା। ଦାଦା ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଝିଆରି ଭଲ ପାଉଥିବା ଯୁବକ ହିଁ କରିଛି ହତ୍ୟା।’

wq

ମୁମ୍ବାଇ:  ମୁମ୍ବାଇରେ ଏୟାର ଇଣ୍ଡିଆର ମହିଳା‌ ପାଇଲଟ୍ ଜୀବନ ହାରିଦେବା ଘଟଣା ଆଲୋଡନ ସୃଷ୍ଟି କରିଛି। ମୃତ ପାଇଲଟଙ୍କ ନାମ ସୃଷ୍ଟି ତୁଲି। ସେ ଉତ୍ତରପ୍ରଦେଶର ଗୋରଖପୁରର ବାସିନ୍ଦା ଥିବା ଜଣାପଡ଼ିଛି।

ମୃତ ପାଇଲଟ ସୃଷ୍ଟି ତୁଲିଙ୍କ ଦାଦା ବିବେକ ତୁଲି କହିଛନ୍ତି, ‘ ଜୀବନ ହାରିବାର ୧୫ମିନିଟ ପୂର୍ବରୁ ସୃଷ୍ଟି ତାର ମା’ ଓ ମାଉସୀଙ୍କ ସହିତ ବେଶ ହସଖୁସିରେ କଥା ହୋଇ ଫୋନ ରଖିଥିଲା। ଯଦି ମୃତ୍ୟୁର ୧୫ ମିନିଟ ପୂର୍ବରୁ ଜଣେ  ଖୁସିରେ ଅଛି ତାର ପରିବାରଲୋକଙ୍କ ସହ କଥା ହେଉଛି। ତେବେ ଜୀବନ ହାରିବା କଥା ଜଣେ କିପରି ଚିନ୍ତା କରି ପାରିବ।

 କାରଣ ଜୀବନ ହାରିବା ସହଜ କଥା ନୁହେଁ। ହସଖୁସିରେ କଥା ହେଉଥିବା ମଣିଷ କିଛି ସମୟ ପରେ ଯେ ଜୀବନ ହାରିଦେବ ଏକଥା ଆଦୌ ଗ୍ରହଣୀୟ ନୁହେଁ।

ପୁଲିସ କହୁଛି ସୃଷ୍ଟି ଜୀବନ ହାରିଛି କିନ୍ତୁ ମୋତେ ଏସବୁ  ବିଶ୍ବାସ ହେଉନାହିଁ। ସୃଷ୍ଟି ମୃତ୍ୟୁର କଡାକଡ଼ି ଯାଞ୍ଚ କରାଯିବା ନିହାତି ଆବଶ୍ୟକ। ସୃଷ୍ଟି ଆଦିତ୍ୟ ପଣ୍ଡିତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥି‌ଲେ। ଆଦିତ୍ୟ ସୃଷ୍ଟି ଠାରୁ ଅନେକ ସମୟରେ କେମିତି ଟଙ୍କା ଆଦାୟ କରିହେବ ସେଥିପାଇଁ ଯୋଜନା କରିଥାଏ। ଅନେକ ‌ଚେଷ୍ଟା ପରେ ଯେ‌ତେବେଳେ ଆଦିତ୍ୟ ସୃଷ୍ଟି ଠାରୁ କୌଣସି ଟଙ୍କା ପାଇଲା ନାହିଁ ସେ ତାକୁ ଅପମାନିତ କରିବା ଆରମ୍ଭ କଲା। ଶେଷରେ ତାର ଜୀବନ ବି ନେଇଯାଇଛି।

ଗତ ସୋମବାର ସକାଳେ ମୁମ୍ବାଇର ଆନ୍ଧେରିରେ ଥିବା ତାଙ୍କ ଭଡା ଘରେ ୨୫ ବର୍ଷ ବୟସ୍କ ଏୟାର ଇଣ୍ଡିଆ ପାଇଲଟଙ୍କ ମୃତଦେହ ମିଳିଥିଲା। ଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ସୃଷ୍ଟି ତୁଲିଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ ସୃଷ୍ଟିଙ୍କ ବୟଫ୍ରେଣ୍ଡ୍‌ ଆଦିତ୍ୟ ପଣ୍ଡିତ (୨୭)ଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହାଜତକୁ ନେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe