ବିମାନ ଉଡ଼ାଇବା ପୂର୍ବରୁ ମଦ୍ୟପାନ କରୁଛନ୍ତି ପାଇଲଟ୍‌; ଚଳିତବର୍ଷ ଏୟାର୍‌ ଇଣ୍ଡିଆର ୧୦ ଜଣ ପାଇଲଟ୍‌ଙ୍କ ଶରୀରରୁ ମିଳିଛି ଆଲ୍‌କହଲ

Advertisment
ବିମାନ ଉଡ଼ାଇବା ପୂର୍ବରୁ ମଦ୍ୟପାନ କରୁଛନ୍ତି ପାଇଲଟ୍‌; ଚଳିତବର୍ଷ ଏୟାର୍‌ ଇଣ୍ଡିଆର ୧୦ ଜଣ ପାଇଲଟ୍‌ଙ୍କ ଶରୀରରୁ ମିଳିଛି ଆଲ୍‌କହଲ

ନୂଆଦିଲ୍ଲୀ: ବିମାନରେ ପାଦ ଦେବା ପୂର୍ବରୁ ବିମାନ ଚାଳକ ମଦ୍ୟପ କି ନୁହଁନ୍ତି ସେହି ଭାବନାଟି ଆସିବା ଏକ ସ୍ୱଭାବିକ କଥା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗତ ୮ ବର୍ଷ ମଧ୍ୟରେ ଏୟାର୍‌ ଇଣ୍ଡିଆର ୫୮ ପାଇଲଟ୍‌ ମଦ୍ୟପାନ କରଥିବା ଅବସ୍ଥାରେ ଧରା ପଡ଼ିଛନ୍ତି। ତାହା ପୁଣି କୌଣସି ବିମାନ ବନ୍ଦରରୁ ବିମାନ ଉଡ଼ାଇବାର ଅଳ୍ପ କିଛି ସମୟ ପୂର୍ବେ।

ଏହି ତଥ୍ୟ ଏକ ଷ୍ଟେଟ୍‌ରନ୍‌ ବାହାକ ପକ୍ଷରୁ ହସ୍ତଗତ ହୋଇଛି। ଆର୍‌ଟିଆଇ ପକ୍ଷରୁ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିମାନ ଉଡ଼ାଣ ପୂର୍ବରୁ ବିମାନ ଚାଳକମାନେ ମଦ୍ୟପାନ କରିବାରେ ଦିଲ୍ଲୀ ଓ ମୁମ୍ବାଇ ତାଲିକାର ଶୀର୍ଷରେ ରହିଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ଦିଲ୍ଲୀ ବିମାନ ବନ୍ଦରରୁ ବିମାନ ଚଳାଇବା ପୂର୍ବରୁ ୧୮ ଜଣ ପାଇଲଟ୍‌ଙ୍କ ଶରୀରରେ ଆଲ୍‌କହଲ ମିଳିଥିଲା ସେହିପରି ମୁମ୍ବାଇ ବିମାନ ବନ୍ଦରରୁ ମଧ୍ୟ ୧୮ ଜଣ ପାଇଲଟ୍‌ଙ୍କ ଶରୀରରୁ ଆଲ୍‌କହଲ ମିଳିଥିଲା।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ। ଚେନ୍ନାଇ ବିମାନ ବନ୍ଦରରୁ ୮ ଜଣ ପାଇଲଟଙ୍କ ଶରୀରରୁ ଆଲ୍‌କହଲ ଥିବା ସୂଚନା ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବେଙ୍ଗାଲୁର। ବେଙ୍ଗାଲୁର ବିମାନ ବନ୍ଦରରୁ ୬ ଜଣ ପାଇଲଟ୍‌ଙ୍କ ଶରୀରରୁ ଆଲ୍‌କହଲ ଥିବା ଅବସ୍ଥାରେ ଚିହ୍ନଟ କରାଯାଇଛି।

କେବଳ ଏହି ବର୍ଷ ଏୟାର୍‌ ଇଣ୍ଡିଆର ୧୦ ଜଣ ପାଇଲଟ୍‌ ମଦ୍ୟପାନ କରି ଧରାପଡ଼ିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe