ଜ୍ବର ଓ ସ୍ତ୍ରୀଙ୍କ ଜିଦ ପାଇଁ ବିମାନ ଦୁର୍ଘଟଣାରୁ ବଞ୍ଚିଗଲା ଡାକ୍ତରଙ୍କ ଜୀବନ

wte

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶ୍ବାସ କୁମାର ରମେଶ ନାମକ ଜଣେ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। 

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏମିତି ଅନେକ ଯାତ୍ରୀ ଅଛନ୍ତି ଯେଉଁମାନେ ଉକ୍ତ ବିମାନରେ ଯାତ୍ରା କରିବାର ଥିଲା କିନ୍ତୁ କିଛିଟା ଅସୁବିଧାଜନକ ପରିସ୍ଥିତି ହେତୁ ଯାତ୍ରାକୁ ବାତିଲ କରି ଅନ୍ୟଦିନରେ ଯାତ୍ରା କରିବାକୁ ଟିକେଟ କାଟିଥିଲେ।

ଏଭଳି ଏକ ଭୟାବହ ଦୁର୍ଘଟଣା ପରେ ଉକ୍ତ ଯାତ୍ରୀମାନେ ଜୁନ ୧୨ରେ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନରେ ଯାତ୍ରା କରି ପାରି ନଥିବାରୁ ନିଜକୁ ଭାଗବ୍ୟବାନ ବୋଲି ମନେ କରୁଛନ୍ତି। 

ଏହି ତାଲିକାରେ ଅହମଦାବାଦର ଡାକ୍ତର ଉମଙ୍ଗ ପଟେଲ ମଧ୍ୟ ସାମିଲ ଅଛି। ଯିଏକି ଲଣ୍ଡନ ଯିବାକୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଟିକେଟ କାଟିଥିଲେ କିନ୍ତୁ ପ୍ରବଳ ଜ୍ୱର ଯୋଗୁଁ ତାଙ୍କ ସ୍ତ୍ରୀ ଯିବାକୁ ଦେଇ ନଥିଲେ। ଟିକେଟକୁ ବାତିଲ କରିବାକୁ ସ୍ତ୍ରୀ ଜିଦ ଧରି ବସିଥିଲେ।

ଶେଷରେ ଡାକ୍ତର ଜଣକ ତାଙ୍କ ପତ୍ନୀ ଏବଂ ପରିବାରଲୋକଙ୍କ ଜିଦକୁ ଏଡାଇ ନପାରି  ଟିକେଟକୁ ବାତିଲ କରି ନିଜର ଯାତ୍ରାକୁ ଜୁନ ୧୨ ତାରିଖରେ ସ୍ଥଗିତ ରଖି ଜୁନ ୧୫ ତାରିଖ ପାଇଁ ଟିକେଟ କରିଥିଲେ। 

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୪୧ ଜଣଙ୍କ ମଧ୍ୟରୁ  ଏପର୍ଯ୍ୟନ୍ତ ପ୍ରାୟ ୯୦ ଜଣଙ୍କ ଡିଏନଏ ନମୁନା ମେଳ କରି ଚିହ୍ନଟ କରାଯାଇଥିବା ଅହମଦାବାଦ ସିଭିଲ୍ ହସ୍ପିଟାଲର ଅତିରିକ୍ତ ସିଭିଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ରଜନୀଶ ପଟେଲ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe