ଏୟାର୍‌ ଇଣ୍ଡିଆ ବିମାନ ଉଡ଼ାଇଦେବାକୁ ଧମକ ଦେଲା ପନ୍ନୁ

Advertisment

ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ସ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ‌ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଗତବର୍ଷ ଭଳି ପୁଣି ଥରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଛି। ଦିଲ୍ଲୀ ଶିଖ୍‌ ବି‌ରୋଧୀ ଦଙ୍ଗାର ୪୦ତମ ବାର୍ଷିକୀ ଅବସରରେ ନଭେମ୍ବର ୧ ଠାରୁ ୧୯ ମଧ୍ୟରେ...

ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ସ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ‌ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଗତବର୍ଷ ଭଳି ପୁଣି ଥରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଛି। ଦିଲ୍ଲୀ ଶିଖ୍‌ ବି‌ରୋଧୀ ଦଙ୍ଗାର ୪୦ତମ ବାର୍ଷିକୀ ଅବସରରେ ନଭେମ୍ବର ୧ ଠାରୁ ୧୯ ମଧ୍ୟରେ...

ସାଧାରଣତନ୍ତ୍ର ଦିବସରରେ ମୋଦୀ ଓ ମାନ୍‌ଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ନୂଆଦିଲ୍ଲୀ: ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ସ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ‌ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଗତବର୍ଷ ଭଳି ପୁଣି ଥରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଛି। ଦିଲ୍ଲୀ ଶିଖ୍‌ ବି‌ରୋଧୀ ଦଙ୍ଗାର ୪୦ତମ ବାର୍ଷିକୀ ଅବସରରେ ନଭେମ୍ବର ୧ ଠାରୁ ୧୯ ମଧ୍ୟରେ ଏୟାର୍‌ ଇଣ୍ଡିଆ ବିମାନ ଆକ୍ରମଣର ଲକ୍ଷ୍ୟ ରହିବ ବୋଲି ଚେତାବନୀ ଦେଇଛି। 

୨୦୨୩ ନଭେମ୍ବରରେ ଜାରି ଭିଡିଓରେ ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରର ନାମ ପରିବର୍ତ୍ତନ କରିବା ଏବଂ ନଭେମ୍ବର ୧୯ ତାରିଖରେ ବନ୍ଦରକୁ ବନ୍ଦ କରିବାକୁ ଧମକ ଦେଇଥିଲା। ଏହି ଦିନରେ ଏୟାର୍‌ ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ସେ ଚେତାବନୀ ଦେଇଥିଲା। ପରେ ସେହିବର୍ଷ ଡିସେମ୍ବର ମାସରେ ଭିଡ଼ିଓ ଜାରି କରି,  ଡିସେମ୍ବର ୧୩ ତାରିଖ (୨୦୦୧ ଡିସେମ୍ବର ୧୩ ରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା) ପୂର୍ବରୁ ସଂସଦ ଭବନକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଚଳିତ ବର୍ଷ ଜାନୁଆରିରେ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌ ଓ ପୁଲିସ ଡିଜି ଗୌରବ ଯାଦବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏକତ୍ରିତ ହୋଇ ଜାନୁଆରି ୨୬ରେ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ହତ୍ୟା କରିବାକୁ ସେ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ବାନ ଦେଇଥିଲା।

ସୂଚନାଯୋଗ୍ୟ, ଜୁଲାଇ ୨୦୨୦ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଛି। ପନ୍ନୁ ବିରୋଧରେ ଦେଶ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଧର୍ମନାମରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ଉଦ୍ୟମ ଓ ୟୁଏପିଏ ଆଦି ଦଫାରେ ଏନ୍‌ଆଇଏ ୨୨ଟି ମାମଲା ରୁଜୁ କରିଛି। ସଂପ୍ରତି ପନ୍ନୁ ଉଭୟ କାନାଡ଼ା ଓ ଆମେରିକାରେ ଦ୍ବୈତ ନାଗରିକତ୍ବ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe