ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଏୟାର ଇଣ୍ଡିଆ ସମସ୍ତ ମହିଳା କ୍ରୁଙ୍କୁ ନେଇ ୯୦ଟି ବିମାନର ଉଡ଼ାଣ କରିବ

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଏୟାର ଇଣ୍ଡିଆ ସମସ୍ତ ମହିଳା କ୍ରୁଙ୍କୁ ନେଇ ୯୦ଟି ବିମାନର ଉଡ଼ାଣ କରିବ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏବଂ ଏୟାର ଏସିଆ ଇଣ୍ଡିଆ ସହିତ ବାଣିଜ୍ୟିକ ଏୟାରଲାଇନ୍‌ସ ମହିଳାଙ୍କ ଶକ୍ତିର ଭାବନାକୁ ସମ୍ମାନ ଜଣାଇ ସମସ୍ତ ମହିଳା କ୍ରୁଙ୍କୁ ନେଇ ମୋଟ ୯୦ରୁ ଅଧିକ ବିମାନ ଚଳାଚଳ କରିବାକୁ ସ୍ଥିର କରିଛି। ଭାରତ ରତ୍ନ ଜେଆରଡି ଟାଟାଙ୍କ ଦ୍ୱାରା ପ୍ରଥମ ବାଣିଜ୍ୟିକ ଉଡ଼ାଣର ୯୦ତମ ବାର୍ଷିକୀ ଅବସରରେ ମଧ୍ୟ ଏହି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ।

ଏ ସଂପର୍କରେ ଏୟାର ଇଣ୍ଡିଆ ଏକ ସରକାରୀ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କହିଛି ଯେ ସେମାନେ ୨୦୨୩ ମାର୍ଚ୍ଚ ପହିଲାରୁ ଅନ୍ତର୍ଜାତୀୟ ଏବଂ ଘରୋଇ ମାର୍ଗରେ ଏହି ସମସ୍ତ ମହିଳା କ୍ରୁ ବିମାନ ଚଳାଚଳ କରୁଛନ୍ତି।
ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ର ଥିମ୍‌ ’ଡିଜିଟାଲ: ଇନୋଭେସନ୍‌ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୱାଲିଟି’ ଅନୁଯାୟୀ, ଏହା ବିମାନ ଚଳାଚଳ କ୍ଷେତ୍ରରେ ମହିଳାମାନେ କିଭଳି ଅବଦାନ ଦେଇଛନ୍ତି ଏବଂ ଏହାକୁ ସମୃଦ୍ଧ କରିଛନ୍ତି; ତାହାର ଉଦାହରଣ ଏବଂ ଏୟାରଲାଇନ୍‌ସର ମହିଳା କର୍ମଚାରୀଙ୍କ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରୁଛି।

publive-image

ଏୟାର ଇଣ୍ଡିଆର ୧୮୨୫ ଜଣ ପାଇଲଟଙ୍କ ମଧ୍ୟରୁ ୨୭୫ ଜଣ ମହିଳା ହୋଇଥିବା ବେଳେ କକପିଟ୍‌ କ୍ରୁ ସଂଖ୍ୟାର ୧୫ ପ୍ରତିଶତକୁ ପ୍ରତିନିଧିତ୍ୱ କରୁଥିବା ଏୟାରଲାଇନ୍‌ରେ ସବୁଠାରୁ ଅଧିକ ମହିଳା ପାଇଲଟ ରହିଛନ୍ତି। ଏୟାର ଇଣ୍ଡିଆର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ ଭାରତରେ ବିଶ୍ୱରେ ସର୍ବାଧିକ ସଂଖ୍ୟକ (କମର୍ସିଆଲ) ବାଣିଜ୍ୟିକ ମହିଳା ପାଇଲଟ ଅଛନ୍ତି ଏବଂ ଅଧିକ ଭାରତୀୟ ମହିଳା ବିମାନ ଚଳାଚଳରେ କ୍ୟାରିୟର କରୁଥିବାରୁ ଆମେ କର୍ମକ୍ଷେତ୍ରରେ ଲିଙ୍ଗଗତ ସମାନତା ହାସଲ କରୁଛୁ। ଆଜି ଏୟାର ଇଣ୍ଡିଆରେ ଆମ ସହିତ ଥିବା ମହିଳା କର୍ମଚାରୀଙ୍କ ପାଇଁ ଆମେ ଗର୍ବିତ ଏବଂ ମହିଳାମାନେ ଯେକୌଣସି କ୍ଷେତ୍ରରେ ଉତ୍କୃଷ୍ଟ ହୋଇପାରିବେ ବୋଲି ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ।
ଏହା ବ୍ୟତୀତ ଏହି ବିମାନଗୁଡ଼ିକ ମଧ୍ୟରୁ ଅଧିକାଂଶରେ ମହିଳା ଡିସ୍ପାଚର, ସେଫ୍‌ଟି ଆଣ୍ଡ କ୍ୱାଲିଟି ଅଡିଟର, ଲୋଡର୍‌, ଇଞ୍ଜିନିୟର, ସିକ୍ୟୁରିଟି ମଧ୍ୟ ସେବା ଯୋଗାଇ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe