ଏୟାରବସ୍‌ ଠାରୁ ପ୍ରାୟ ୨୫୦ ବିମାନ କିଣିବ ଏୟାର ଇଣ୍ଡିଆ

Advertisment
ଏୟାର ଇଣ୍ଡିଆ ୧୦୦୦ ପାଇଲଟ୍‌ ନିଯୁକ୍ତ କରିବ

The Federal News

ନୂଆଦିଲ୍ଲୀ : ଟାଟା କମ୍ପାନି ମାଲିକାନାରେ ଚାଲୁଥିବା ଏୟାର ଇଣ୍ଡିଆ ପ୍ରାୟ ୨୫୦ ବିମାନ ଏୟାରବସ୍‌ଠାରୁ କିଣିବ। ଏ ସଂପର୍କିତ ରାଜିନାମା ଆସନ୍ତା ସପ୍ତାହରେ ଘୋଷଣା ହେବା ଆଶା କରାଯାଉଛି। ପୂର୍ବରୁ ଏୟାର ଇଣ୍ଡିଆ ବୋଇଂ ଠାରୁ ପ୍ରାୟ ୨୦୦ ବିମାନ କିଣିବା ନେଇ ମଧ୍ୟ ଏକ ରାଜିନାମା ସ୍ବାକ୍ଷର କରିଛି।

ତେବେ ଏୟାରବସଠାରୁ ଏୟାର ଇଣ୍ଡିଆ ଆଣିବାକୁ ଥିବା ୨୫୦ ବିମାନ ମଧ୍ୟରେ ୪୦ଟି ଚଉଡ଼ା ବିମାନ ଏ୩୫୦ ରହିବ। ପ୍ରଥମ ଭାରତୀୟ କମ୍ପାନି ଭାବେ ଏୟାର ଇଣ୍ଡିଆ ଏଭଳି ବିମାନର ପରିଚାଳନା କରିବ। ପୂର୍ବରୁ ଏୟାର ଇଣ୍ଡିଆ ଚଉଡ଼ା ବିମାନ ଏ୩୩୦ ପରିଚାଳନା କରୁଛି। ପୂର୍ବରୁ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ୨୦୦୫ ମସିହାଠାରୁ ନୂଆ ବିମାନ କିଣିନାହିଁ। ଶେଷଥର ପାଇଁ ୨୦୦୫ରେ ଏୟାର ଇଣ୍ଡିଆ ୧୧୧ଟି ବିମାନ କିଣିବା ଲାଗି ଅର୍ଡର ଦେଇଥିଲା। ସେଥିରୁ ବୋଇଂଠାରୁ ୬୮ଟି ଏବଂ ଏୟାରବସଠାରୁ ୪୩ଟି ବିମାନ କିଣିବା ଚୁକ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe