ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି; ନୂଆଦିଲ୍ଲୀରେ କଲା ଜରୁରିକାଳୀନ ଅବତରଣ

Advertisment
ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି; ନୂଆଦିଲ୍ଲୀରେ କଲା ଜରୁରିକାଳୀନ ଅବତରଣ

ନୂଆଦିଲ୍ଲୀ: ନୂଆଦିଳ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନରେ ଆଜି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନଟି ଜରୁରିକାଳୀନ ଅବତରଣ କରିଥିବା ଜଣାପଡ଼ିଛି।


ହସ୍ତଗତ ହୋଇଥିବା, ଘଟଣାର ବିବରଣୀରୁ ପ୍ରକାଶ, ରବିବାର ମଧ୍ୟାହ୍ନରେ ଏୟାର ଇଣ୍ଡିଆର ଏଆଇ- ୮୨୫ ନମ୍ବର ବିଶିଷ୍ଟ ବିମାନଟି ୧୮୦ ଜଣ ଯାତ୍ରୀଙ୍କୁ ଧରି ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ, ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନଟିର ଗୋଟିଏ ଇଞ୍ଜିନ୍‌ ମଝି ଆକାଶରେ ଖରାପ ହୋଇଯିବା ସହ ବିମାନଟିରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ପରେ ଏହି ଘଟଣାରେ ବିଚଳିତ ହୋଇ ବିମାନର ପାଇଲଟ ବିମାନକୁ ଗନ୍ତବ୍ୟସ୍ଥଳ ଅଭିମୁଖେ ନ ନେଇ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରକୁ ଫେରାଇ ଆଣିବା ସହ ବିମାନଟିର ଜରୁରିକାଳୀନ ଅବତରଣ କରାଇଥିଲେ। ତେବେ, ଏହି ଘଟଣାରେ ବିମାନରେ ଯାତ୍ରା କରୁଥିବା ସମସ୍ତ ୧୮୦ ଯାତ୍ରୀ ସୁରକ୍ଷିତ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯିବା ସହ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe