ଐତିହାସିକ ଉଡ଼ାଣ: ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ବେଙ୍ଗାଲୁରରେ ଅବତରଣ କଲା କେବଳ ମହିଳା କର୍ମଚାରୀ ଥିବା ଏୟାରଇଣ୍ଡିଆ ବିମାନ

Advertisment
ଐତିହାସିକ ଉଡ଼ାଣ: ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ବେଙ୍ଗାଲୁରରେ ଅବତରଣ କଲା କେବଳ ମହିଳା କର୍ମଚାରୀ ଥିବା ଏୟାରଇଣ୍ଡିଆ ବିମାନ

Yahoo News Canada

ବେଙ୍ଗାଲୁର: ଭାରତରେ ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି । ବିଶ୍ବର ଅନ୍ୟତମ ଦୀର୍ଘ ବାୟୁପଥରେ ଉଡାଣ କରି ଏୟାର ଇଣ୍ଡିଆର ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ (ଫ୍ଲାଇଟ ନଂ ଏଆଇ୧୭୬) ଗତ ରବିବାର ରାତି ସାଢେ ୮ଟାରେ  ଅବତରଣ କରିଛି । ତେବେ ଏହି ବିମାନର ଉଡ଼ାଣ କରିଥିଲେ ଏକ ୪ ଜଣିଆ ମହିଳା ପାଇଲଟ୍‌ ଦଳ ଏବଂ ଏହାର ନେତୃତ୍ବ ନେଇଥିଲେ କ୍ୟାପଟେନ୍ ଜୋୟା ଅଗ୍ରୱାଲ୍। ଏହି ଉଡାଣ ଏବେ ଇତିହାସ ରଚିଛି । ୪ ଜଣ ମହିଳା ପାଇଲଟ୍‌ ମିଶି ପ୍ରାୟ ୧୬ ହଜାର କିଲୋମିଟର ଉଡ଼ାଣ ଭରିଥିବା ସୂଚନା ରହିଛି।  ପୂରା ଉତ୍ତର ମେରୁ ଉପରେ ଉଡ଼ାଣ ଭରିଥିବା ଏହି ବିମାନଟି ୧୦ ଟନ୍‌ ଇନ୍ଧନ ବଞ୍ଚାଇଛି ବୋଲି କ୍ୟାପ୍‌ଟେନ୍‌ ଜୋୟା ଅଗ୍ରୱାଲ୍‌ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି।

ତେବେ ଏହି ଉଡାଣର ବିଶେଷତା ହେଉଛି ଏହାର ସବୁ କ୍ୟାବିନ କ୍ରିୟୁ ଅର୍ଥାତ କର୍ମଚାରୀ ହେଉଛନ୍ତି ମହିଳା । ବିମାନକୁ ମହିଳା ପାଇଲଟ ଚଳାଉଛନ୍ତି । ପୁଣି ଏହି ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟର ଆଉ ଏକ ବିଶେଷତ୍ବ ହେଉଛି ଏହା ବିଶ୍ବର ସବୁଠାରୁ ଦୀର୍ଘତମ ବ୍ୟବସାୟିକ ଫ୍ଲାଇଟ । ଏହା  ଉତ୍ତର ମେରୁ ଉପର ଦେଇ ଉଡ଼ାଣ ଭରି ଭାରତରେ ପହଞ୍ଚିଛି।ତେବେ ଏହି ବିମାନରେ ଥିବା ୪ ଜଣ ପାଇଲଟ୍‌ଙ୍କ ମଧ୍ୟରୁ ଅନ୍ୟତମ ପାଇଲଟ୍‌ ଶିବାନୀ କହନ୍ତି, ‘‘ଏହା ଏକ ରୋମାଞ୍ଚକର ଅନୁଭୂତି ଥିଲା, କାରଣ ଏପରି ପୂର୍ବରୁ କେବେ ହୋଇ ନ ଥିଲା। ସାନ ଫ୍ରାନସିସକୋରୁ ବାଙ୍ଗାଲୁରୁ ପହଞ୍ଚିବାକୁ ୧୭ ଘଣ୍ଟା ସମୟ ଲାଗିଗଲା।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe