ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇଲେ କାରଗିଲ୍ ହିରୋ ଏୟାର ମାର୍ସାଲ୍ ଡିକେ ପଟ୍ଟନାୟକ

Advertisment
ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇଲେ କାରଗିଲ୍ ହିରୋ ଏୟାର ମାର୍ସାଲ୍ ଡିକେ ପଟ୍ଟନାୟକ

ଭୁବନେଶ୍ବର : ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସାଲ ଦିଲୀପ କୁମାର ପଟ୍ଟନାୟକ ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇଛନ୍ତି। ସୋମବାର ପଶ୍ଚିମବଙ୍ଗର ହସିମରା ଏୟାରବେସରେ ମୁତୟନ ହୋଇଥିବା‌ ରାଫେଲ୍ ବିମାନ ସେ ଉଡାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଏୟାର ମାର୍ସାଲ୍‌ ଦିଲୀପ କୁମାର ପଟ୍ଟନାୟକ ସଂପ୍ରତି  ଶିଲଂସ୍ଥିତ ‘ଇଷ୍ଟର୍ଣ୍ଣ ଏୟାର୍‌ କମାଣ୍ଡ୍‌’ର ଏୟାର୍‌ ଅଫିସର୍‌ କମାଣ୍ଡିଂ ଇନ୍‌ ଚିଫ୍‌ (ଏଓସି-ଇନ୍‌-ସି) ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଥମ ଓଡ଼ିଆ ଭାବେ ଦିଲୀପଙ୍କୁ ଏହି ପଦବି ମିଳିଛି ଓ ଜଣେ ସଫଳ ପାଇଲଟ ଓ କାରଗିଲ୍‌ ହିରୋ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି।

କାରଗିଲ୍ ଯୁଦ୍ଧ ସମୟରେ ସ୍କ୍ବାଡ୍ରନ୍‌ ଲିଡର୍‌ ଥିବା ଦିଲୀପ ଜୁନ ୧୬, ୧୯୯୯ରେ ବା‌ଟାଲିକ୍‌ ସେକ୍ଟରର ସବୁଠାରୁ ବଡ଼ ଶତ୍ରୁ ଶିବିରରେ ଲାଇଭ୍‌ ଷ୍ଟ୍ରାଇକ୍‌ ମିସନ୍‌ କରିଥିଲେ। ଏହା ପରେ ଜୁନ ୨୭-୨୮, ୧୯୯୯ ରାତି ୨.୩୦ରେ ଟାଇଗର୍‌ ହିଲ୍‌ ଉପରେ ଅନ୍ଧାରରେ ‘ଲେଜର୍‌ ଗାଇଡେଡ୍‌ ବମ୍‌’ ଷ୍ଟ୍ରାଇକ୍‌ କରିଥିଲେ। ଏୟାର୍‌ ମାର୍ସାଲ୍‌  ପଟ୍ଟନାୟକ ବ୍ୟକ୍ତିଗତ ନିରାପତ୍ତାକୁ ଧ୍ୟାନ ନ ଦେଇ ଷ୍ଟ୍ରାଇକ୍‌  କରିଥିଲେ ଏବଂ  ସିଧାସଳଖ ଆକ୍ରମଣ କରି ଗ୍ରାଉଣ୍ଡ ଫୋର୍ସ ଟାଇଗର୍‌ ହିଲ୍‌କୁ କାବୁ କରିବା ପାଇଁ ବାଟ ଫିଟାଇଥିଲେ। କାରଗିଲ୍‌ ଯୁଦ୍ଧରେ ଅପୂର୍ବ ସାହସିକତା ଦେଖାଇଥିବାରୁ ତାଙ୍କୁ ବାୟୁସେନା ମେଡାଲ୍‌ ଓ ୨୦୧୯ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ମିଳିଥିଲା।

ସୂଚନା ଅନୁସାରେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ୍ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ୍ ଆର.ପି.କାଲିଟା, ଭାଇସ୍ ଆଡମିରାଲ୍ ବିଶ୍ବଜିତ୍ ଦାସଗୁପ୍ତା, ଏୟାର ମାର୍ସାଲ ଡିକେ ପଟ୍ଟନାୟକ ଓ ଲେପ୍ଟନାଣ୍ଟ ଜେନେରାଲ୍ ଅଜୟ ସିଂଙ୍କର ଶିଲଂରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମ୍ମିଳିତ ହୋଇଥିଲେ। ଏହି ବୈଠକରେ ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଠାରୁ ଭାରତ ମହାସାଗର ପର୍ଯ୍ୟନ୍ତ ଅଞ୍ଚଳରେ ଚୀନ ଓ ପାକିସ୍ତାନର ଉପଦ୍ରବକୁ ପ୍ରତିହତ କରିବା ଲାଗି ରଣନୀତି ସ୍ଥିର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe