ନୂଆଦିଲ୍ଲୀ: ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଗର୍ଭାଶୟରୁ ହିଁ ଆରମ୍ଭ ହୋଇଯାଉଛି। ବାୟୁ ପ୍ରଦୂଷଣ ଏବେ ଏକ ବଡ଼ ଚିନ୍ତାର କାରଣ ପାଲଟିଗଲାଣି। ଏନେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରାଯାଇଛି।
ପ୍ରଦୂଷଣ ଉପରେ ପ୍ରାୟ ୪୦ ବର୍ଷର ଗବେଷଣା ଏବଂ ରିପୋର୍ଟ ପରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟର ନୂତନ ପୁସ୍ତକ "ସାଁସୋ କା ଆପାତକାଲ’ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଗର୍ଭାଶୟରୁ ହିଁ ଆରମ୍ଭ ହୋଇଯାଉଛି।
ଅଧିକପଢ଼ନ୍ତୁ:ମାମୁ ଭଣଜାଙ୍କର ଗୋଡ଼ ହାତ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍
ଗବେଷଣା ଏବଂ ରିପୋର୍ଟରୁ ଜଣାପଡ଼ିଛି, ମା’ମାନେ ଯେତେବେଳେ ଗର୍ଭାବସ୍ଥାରେ ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଆସନ୍ତି ସେତେବେଳେ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିଦଦ ବଢ଼ି ଯାଇଥାଏ। ଏହି ବାୟୁ ପ୍ରଦୂଷଣ ବର୍ତ୍ତମାନ ସମୟରେ ନବଜାତ ଶିଶୁ ଏବଂ କିଶୋରମାନଙ୍କ ପାଇଁ ଜୀବନବ୍ୟାପୀ ବୋଝ ପାଲଟିଗଲାଣି। ଭାରତ ସମେତ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟି ଯାଇଛି। ସାରା ବିଶ୍ୱରେ ଜନ୍ମର ପ୍ରଥମ ମାସ ମଧ୍ୟରେ ହେଉଥିବା ଶିଶୁ ମୃତ୍ୟୁର ଏକଚତୁର୍ଥାଂଶ କାରଣ ବାୟୁ ପ୍ରଦୂଷଣ ରହିଛି।
ସର୍ଭେରୁ ଜଣାପଡ଼ିଛି ବାୟୁର ବିଷାକ୍ତ ଧୂଳି କଣିକା ସଂସ୍ପର୍ଶରେ ଆସିଥିବା ମା’ଙ୍କଠାରୁ ଜନ୍ମିତ ଶିଶୁର ବଞ୍ଚିବାର ସମ୍ଭାବନା ହ୍ରାସ ପାଉଛି। ପ୍ରଦୂଷିତ ବାୟୁ ହେତୁ ମୃତ ଶିଶୁ ଜନ୍ମନେବା, ସମୟ ପୂର୍ବରୁ ଜନ୍ମ ନେବା ଓ କମ ଓଜନର ଶିଶୁ ଜନ୍ମ ନେବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସି ବଡ଼ ହେଉଥିବା ଶିଶୁମାନେ ଜୀବନର ପରବର୍ତ୍ତୀ ସମୟରେ ମଧୁମେହ ସମେତ ବିଭିନ୍ନ ପ୍ରକାରର ଅନ୍ତଃସ୍ରାବୀ ଏବଂ ମେଟାବୋଲିକ୍ ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ।ଏଭଳି ଶିଶୁଙ୍କ କ୍ଷେତ୍ରରେ ନିମ୍ନ ଶ୍ୱାସକ୍ରିୟା ନଳୀ ସଂକ୍ରମଣ, ଡାଇରିଆ, ମସ୍ତିଷ୍କ କ୍ଷତି ଏବଂ ପ୍ରଦାହ, ରକ୍ତ ରୋଗ ଏବଂ ଜଣ୍ଡିସ ଭଳି ଯଦି ରୋଗ ଦେଖାଦିଏ ତେବେ ସେମାନଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ଏହାକୁ ସାମ୍ନା କରିପାରେ ନାହିଁ।
ଅଧିକପଢ଼ନ୍ତୁ:ଅଯୋଧ୍ୟା ଯିବାର ଯୋଜନା କରୁଛନ୍ତି କି? ଜାଣନ୍ତୁ ଏବେ କେତେ ସମୟ ଖୋଲିବ ରାମଲାଲାଙ୍କ ମନ୍ଦିର
air pollution motherswomb