୨୦୨୦ରେ ବାୟୁ ପ୍ରଦୂଷଣ ନେଇଛି ୫୪ ହଜାର ଦିଲ୍ଲୀବାସୀଙ୍କ ଜୀବନ

Advertisment
ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତି ଖରାପ’ ବର୍ଗରେ ରହିଛି

New Delhi: A woman wears an anti-pollution mask as smog covers the capital's skyline on Wednesday. Yesterday the air quality hit severe levels in New Delhi. PTI Photo by Shahbaz Khan(PTI11_8_2017_000013A)

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁମଣ୍ଡଳର ମାନ ବିଗତ ୩ ଦିନ ଧରି ଅତ୍ୟନ୍ତ ନିମ୍ନସ୍ତରରେ ରହିଛି। ସରକାରଙ୍କ ଦ୍ବାରା ପରିଚାଳିତ ‘ଦି ସିଷ୍ଟମ ଅଫ୍‌ ଏୟାର କ୍ବାଲିଟି ଆଣ୍ଡ୍‌ ୱେଦର ଫୋରକାଷ୍ଟିଂ ଆଣ୍ଡ୍‌ ରିସର୍ଚ୍ଚ(ସଫର)’ ପକ୍ଷରୁ ପ୍ରଦତ୍ତ ସୂଚନାନୁସାରେ, ସାମଗ୍ରିକ ଭାବେ ଦିଲ୍ଲୀ ସହରର ବାୟୁର ମାନ ସୂଚକାଙ୍କ(ଏକ୍ୟୁଆଇ) ୩୨୧ ରେକର୍ଡ କରାଯାଇଛି। ଅର୍ଥାତ୍‌ ଦିଲ୍ଲୀବାସୀ ଅତି ଖରାପ ମାନର ବାୟୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, ଏକ୍ୟୁଆଇ ୨୦୧ରୁ ୩୦୦ ଭିତରେ ରହିଲେ ବାୟୁର ମାନକୁ ଦୁର୍ବଳ, ୩୦୧ରୁ ୪୦୦ ଭିତରେ ରହିଲେ ଅତିଦୁର୍ବଳ, ୪୦୧ରୁ ୫୦୦ ଭିତରେ ରହିଲେ ସାଂଘାତିକ ଏବଂ ୫୦୧ରୁ ଅଧିକ ରହିଲେ ଅତି ସାଂଘାତିକ ବୋଲି ବୁଝିବାକୁ ହେବ। ସେହିପରି ଦିଲ୍ଲୀରେ ପ୍ରଶ୍ବାସରେ ଶରୀର ଭିତରକୁ ପ୍ରବେଶ କରିପାରୁଥିବା ୧୦ ମାଇକ୍ରୋମିଟରରୁ କମ୍‌ ବ୍ୟାସ ବିଶିଷ୍ଟ ଭାସମାନ କଣିକା(ପିଏମ୍‌୧୦)ର ସ୍ତର ୩୧୧ ରହିଥିବା ବେଳେ ପିଏମ୍‌୨.୫ ସ୍ତର ୧୪୭ ରହିଛି।

ସ୍ମରଣଯୋଗ୍ୟ, ଗତ ବର୍ଷ ଏହି ରାଜଧାନୀ ସହରର ପ୍ରଦୂଷିତ ବାୟୁରେ ପିଏମ୍‌ ସ୍ତର ବା ଭାସମାନ କଣିକା ଅଧିକ ରହିବା କାରଣରୁ ୫୪ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ତେବେ ଚଳିତ ବର୍ଷ ଗତ ୧୫ ତାରିଖରୁ ଦିଲ୍ଲୀରେ ଏପରି ଅତି ଦୁର୍ବଳ ମାନର ବାୟୁ ଜାରି ରହିଥିବା ବେ​ଳେ ସେଥିରେ ସାମାନ୍ୟତମ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଅବଶ୍ୟ ଆସନ୍ତା ୨୦ ତାରିଖ ପରେ ଭୂପୃଷ୍ଠ ସଂଲଗ୍ନ ବାୟୁ ଚଳାଚଳରେ ଉନ୍ନତି ଘଟିବାର ସମ୍ଭାବନା ରହିଛି। ଏହି ଅନୁମାନ ସତ ହେଲେ ହିଁ ଦିଲ୍ଲୀର ଏକ୍ୟୁଆଇରେ ଉନ୍ନତି ଅନୁଭୂତ ହେବ ବୋଲି ସରକାରୀ ସଂସ୍ଥା ସଫର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe