‌କୋଭିଡ୍‌ଠାରୁ ବାୟୁ ପ୍ରଦୂଷଣ ଅଧିକ ଘାତକ, ୨୦୧୯ରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ

Advertisment
ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତି ଖରାପ’ ବର୍ଗରେ ରହିଛି

New Delhi: A woman wears an anti-pollution mask as smog covers the capital's skyline on Wednesday. Yesterday the air quality hit severe levels in New Delhi. PTI Photo by Shahbaz Khan(PTI11_8_2017_000013A)

ନୂଆଦିଲ୍ଲୀ: କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି। ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ କୋଭିଡ୍‌ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି ବୋଲି ଲାନସେଟ୍‌ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁଁ ହୋଇଥିବା ମୃତ୍ୟୁରୁ ୩୨.୫ ପ୍ରତିଶତ ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ହୋଇଥିବା ବେଳେ, ହୃଦ୍‌ରୋଗଜନିତ ମୃତ୍ୟୁ ୨୯.୨ ପ୍ରତିଶତ, ହୃଦ୍‌ଘାତ ମୃତ୍ୟୁ ୧୬.୨ ପ୍ରତିଶତ ଏବଂ ଶ୍ବାସକ୍ରିୟାରେ ସଂକ୍ରମଣ ଯୋଗୁଁ ୧୧.୨ ପ୍ରତିଶତ ମୃତ୍ୟୁ ହୋଇଛି।

ଦେଶରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ପ୍ରଦୂଷଣଜନିତ ମୃତ୍ୟୁ ୫୦ ପ୍ରତିଶତରୁ ଅଧିକ ରହିଛି। ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ୩,୪୯,୯୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧,୩୯,୧୧୮, ବିହାରରେ ୧,୨୬,୪୬୦, ପଶ୍ଚିମବଙ୍ଗରେ ୧,୨୨,୮୩୩, ରାଜସ୍ଥାନରେ ୧,୧୩,୩୬୧ ଜଣଙ୍କ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି। ତେବେ ୨୦୧୯ରେ ଦେଶରେ ମୋଟ୍‌ ୧୬,୬୭,୩୩୧ ଜଣଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି। ଭାରତର ସମସ୍ତ ରାଜ୍ୟରେ ବାୟୁ ପ୍ରଦୂଷଣ ଯୋଗୁଁ ଏହାର କୁପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ଦେଶରେ ବହୁ ସଂଖ୍ୟାରେ ଧୂମ୍ରପାନ କରୁନଥିବା ଲୋକେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। କୋଭିଡ୍‌ ମୃତ୍ୟୁକୁ ନେଇ ସବୁସ୍ତରରେ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଅସଲରେ ଏହାଠାରୁ ଅଧିକ ଭୟାନକ ସାଜିଛି ବାୟୁ ପ୍ରଦୂଷଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe