ଦିଲ୍ଲୀରେ ବାୟୁର ମାନ ସାଂଘାତିକ, ଆଜିଠୁ ଜିଆର୍‌ଏପି-୩ କଟକଣା

Advertisment

ଦିଲ୍ଲୀ ପ୍ରଦୂଷଣ ଏବେ ଉତ୍କଟ ରୂପ ନେଇଛି। ବାୟୁ ମାନ ‘ସାଂଘାତିକ’ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତାରେ ଉଦ୍‌ବେଗଜନକ ସ୍ଥିତିକୁ ଦେଖି ଆସନ୍ତାକାଲିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍...

ଦିଲ୍ଲୀ ପ୍ରଦୂଷଣ ଏବେ ଉତ୍କଟ ରୂପ ନେଇଛି। ବାୟୁ ମାନ ‘ସାଂଘାତିକ’ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତାରେ ଉଦ୍‌ବେଗଜନକ ସ୍ଥିତିକୁ ଦେଖି ଆସନ୍ତାକାଲିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍...

gddgjgjgjd

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ଏବେ ଉତ୍କଟ ରୂପ ନେଇଛି। ବାୟୁ ମାନ ‘ସାଂଘାତିକ’ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତାରେ ଉଦ୍‌ବେଗଜନକ ସ୍ଥିତିକୁ ଦେଖି ଆସନ୍ତାକାଲିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ (ସିଏକ୍ୟୁଏମ୍) ନିଷ୍ପତ୍ତି ନେଇଛି। ଜିଆର୍‌ଏପି-୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଓ ଉଚ୍ଛେଦ ବନ୍ଦ ରହିବ। ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ବନ୍ଦ ରହିବ, ଅଣ-ଇଲେକ୍ଟ୍ରିକ୍, ଅଣ-ସିଏନ୍‌ଜି ଏବଂ ଅଣ ବିଏସ୍-୬ ଡିଜେଲ ଅନ୍ତଃରାଜ୍ୟ ବସ୍  ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ସହିତ ଦିଲ୍ଲୀ-ଏନ୍‌ସିଆରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯିବା ସହ ବାଣିଜ୍ୟିକ ଯାନଗୁଡ଼ିକୁ ରାଜଧାନୀରେ ପ୍ରବେଶ ଉପରେ କଟକଣା ଜାରି କରାଯିବ। 

ସେପଟେ ରାସ୍ତାରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବଢ଼ାଇବାକୁ ସିଏକ୍ୟୁଏମ୍ ନିର୍ଦ୍ଦେଶ ଦେଇଛି। ବିଶେଷ କରି ଟ୍ରାଫିକ୍‌ ସମୟ ପୂର୍ବରୁ ହଟ୍‌ସ୍ପଟ୍‌ ଅଞ୍ଚଳରେ ରାସ୍ତା ଉପରେ ପାଣି ସିଞ୍ଚନ ବୃଦ୍ଧି କରିବାକୁ କୁହାଯାଇଛି। ସରକାର ଦିଲ୍ଲୀ ବାସିନ୍ଦାଙ୍କୁ  ଯଥା ସମ୍ଭବ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଚଳିତ ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ  ‘ସାଂଘାତିକ’ ଶ୍ରେଣୀକୁ ଖସି ଆସିବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ଏହା ୪୨୮ରେ ପହଞ୍ଚିଛି। ଆଜି ସକାଳେ ଦିଲ୍ଲୀବାସୀ ପୁଣି ଥରେ ଘନ ଧୂଆଁ-କୁହୁଡ଼ିକୁ ସାମ୍ନା କରିଥିଲେ। ଧୂଆଁ ଯୋଗୁଁ ସହରରେ ଦୃଶ୍ୟମାନତା ହ୍ରାସ ପାଇଥିଲା ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିଲା। ବିଜେପିର ଦିଲ୍ଲୀ ଶାଖା  ମୁଖ୍ୟ ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ ସେ କର୍ତ୍ତବ୍ୟ ପଥରେ ଠିଆ ହେବା ସତ୍ତ୍ୱେ ଇଣ୍ଡିଆ ଗେଟ୍ ଦେଖିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe