The Indian Express
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ବିଭିନ୍ନ ଅଞ୍ଚଳରେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍ ସ୍ଥିତିକୁ ଚାଲିଯିବ ଏବଂ ଏହା ଅତି ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଶୁକ୍ରବାର ଅପରାହ୍ନ ୪ଟାରେ ଦିଲ୍ଲୀର ଆନନ୍ଦ ବିହାରରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୪୫୫ ଥିଲା। ଏହା ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ।
ସନ୍ଧ୍ୟା ୫ଟାରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୩୫୭ ଥିଲା। ଗାଜିଆବାଦରେ ଏକ୍ୟୁଆଇ ୩୮୪, ନଏଡ଼ାରେ ୩୭୧, ଗ୍ରେଟର ନଏଡ଼ାରେ ୩୬୪ ଏବଂ ଫରିଦାବାଦରେ ୩୪୬। କେବଳ ଦିଲ୍ଲୀ ନୁହେଁ ପଂଜାବ, ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ଏକ୍ୟୁଆଇ ଅତି ସାଂଘାତିକ ଶ୍ରେଣୀରେ ରହିଛି। ୩୪ ଭାରତୀୟ ସହରରେ ବାୟୁର ମାନ ଅତି ଖରାପ୍ ଶ୍ରେଣୀରେ ରହିଛି। ଜାନୁଆରି ପରେ ଦିଲ୍ଲୀରେ ଆଜି ସର୍ବାଧିକ ପ୍ରଦୂଷଣ ରେକର୍ଡ କରାଯାଇଛି। ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ୭ ବର୍ଷରେ ସବୁଠାରୁ କମ୍ ଥିଲା। କିନ୍ତୁ ଅକ୍ଟୋବର ୨୪ ପରଠାରୁ ଦିଲ୍ଲୀରେ ଏକ୍ୟୁଆଇ ଅତି ଖରାପ୍ ସ୍ତରକୁ ଚାଲିଯାଇଛି।
Follow Us