କିବ୍‌ରେ ବିମାନ ଆକ୍ରମଣ ସତର୍କସୂଚନା ଜାରି; ନିକଟତମ ଆଶ୍ରୟସ୍ଥଳକୁ ଯିବା ପାଇଁ ବାସିନ୍ଦାମାନଙ୍କୁ ପରାମର୍ଶ

Advertisment
କିବ୍‌ରେ ବିମାନ ଆକ୍ରମଣ ସତର୍କସୂଚନା ଜାରି; ନିକଟତମ ଆଶ୍ରୟସ୍ଥଳକୁ ଯିବା ପାଇଁ ବାସିନ୍ଦାମାନଙ୍କୁ ପରାମର୍ଶ

Image Courtesy of Catch News

କିବ୍‌: ଆଜି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ୧୦ମ ଦିନରେ ପ୍ରବେଶ କରିଥିବା ବେଳେ ରାଜଧାନୀ କିବ୍‌ରେ ବିମାନ ଆକ୍ରମଣ ସତର୍କ ସୂଚନା ଜାରି କରାଯିବା ସହ ବାସିନ୍ଦାମାନଙ୍କୁ ନିକଟତମ ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ କୁହାଯାଇଛି।

ୟୁକ୍ରେନ୍‌ ଆକ୍ରମଣ କରିବା ଦିନ ଠାରୁ ଏକ ସପ୍ତାହ ମଧ୍ୟରେ ରୁଷ୍‌ ୫୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଜଣେ ପେଣ୍ଟାଗନ୍‌ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ୟୁକ୍ରେନ୍‌ର ସମ୍ବାଦପତ୍ର ‘ଦି କିବ୍‌ ଇ‌ଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି ଯେ, ଦୈନିକ ପ୍ରାୟ ୨ ଡଜନ୍‌ ହିସାବରେ ରୁଷ୍‌ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ପ୍ରୟୋଗ କରୁଛି।

ଯୁକ୍ତରାଷ୍ଟ୍ର ଆମେରିକା ଆହୁରି ମଧ୍ୟ କହିଛି ଯେ, ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷ୍‌ ୧୦୦୦ ସୈନିକ ଭଡ଼ାସୂତ୍ରରେ ଆଣିପାରେ।

publive-image Image Courtesy of Rediffmail

ୟୁକ୍ରେନୀୟ ସହର ସୁମିର ରାସ୍ତାଘାଟରେ ମଧ୍ୟ ଲଢ଼େଇ ଚାଲୁଥିବାରୁ ବାସିନ୍ଦାମାନଙ୍କୁ ଘରେ ରହିବା ଲାଗି ଅଥବା ନିରାପଦ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି।

ସଦ୍ୟତମ ସୂଚନା ଅନୁସାରେ, ବୋମା ବର୍ଷଣ କରି ନିଆଁ ଲଗାଇଦେବା ସହ ରୁ‌ଷୀୟ ସେନା ଦଖଲ କରି ନେଇଥିବା ୟୁରୋପ୍‌ର ବୃହତ୍ତମ ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ୍‌କୁ ପୁନର୍ବାର ୟୁକ୍ରେନୀୟ ସୈନିକମାନେ ଅକ୍ତିଆର କରିନେଇଛନ୍ତି ବୋଲି କୁହାଯାଉଛି।

ଜାତିସଂଘରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଥିବା ଲିଣ୍ଡା ଟୋମାସ୍‌-ଗ୍ରିନ୍‌ଫିଲ୍‌ଡ୍‌ ଶୁକ୍ରବାର ଦିନ ନିରାପତ୍ତା ପରିଷଦ୍‌କୁ କହିଛନ୍ତି, ଆଉ ଏକ ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ୍‌ର ନିକଟତର ହେଉଛି ରୁଷ୍‌ ସେନା। କିନ୍ତୁ, ଉକ୍ତ ପ୍ଲାଣ୍ଟ୍‌ର ନାମ ସେ ଉଲ୍ଲେଖ କରି ନ ଥିଲେ।

ନ୍ୟୁକ୍ଲିୟର୍‌ ପାୱାର୍‌ ପ୍ଲାଣ୍ଟ୍‌ ଉପରେ ବୋମା ବର୍ଷଣ କରିବା ଘଟଣାକୁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଦାୟିତ୍ବହୀନତା କୁହାଯାଇ ନିନ୍ଦା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe