ଲୋକସଭା ନିର୍ବାଚନ: ଏୟାର ଷ୍ଟ୍ରାଇକ୍‌ ଓ ଅନ୍ତରୀଣ ବଜେଟ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହେବ; ସେଫୋଲୋଜିଷ୍ଟ

Advertisment
ଲୋକସଭା ନିର୍ବାଚନ: ଏୟାର ଷ୍ଟ୍ରାଇକ୍‌ ଓ ଅନ୍ତରୀଣ ବଜେଟ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହେବ; ସେଫୋଲୋଜିଷ୍ଟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ବାୟୁସେନା ପକ୍ଷରୁ କରା ଯାଇଥିବା ଏୟାର ଷ୍ଟ୍ରାଇକ୍‌ ଓ ଏନ୍‌ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ତାଙ୍କର ଶେଷ ତଥା ଅନ୍ତରୀଣ ବଜେଟ ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହେବ ବୋଲି ଆକଳନ କରିଛନ୍ତି ଦେଶର ଅନ୍ୟତମ ଖ୍ୟାତନାମା ସେଫୋଲୋଜିଷ୍ଟ ଭବେଶ ଝା।

ସେଫୋଲୋଜିଷ୍ଟ ଶ୍ରୀ ଝା କହିଛନ୍ତି ଯେ ବିମୁଦ୍ରାକରଣ, ବେକାରୀ, ଜିଏସ୍‌ଟି, ପେଟ୍ରୋଲ ଓ ଡିଜେଲର ଦରର ଅହେତୁକ ମୂଲ୍ୟବୃଦ୍ଧି ପରି କେତେକ ମୌଳିକ ପ୍ରସଙ୍ଗ ବିଜେପି ପ୍ରତି ଦେଶର ଭୋଟରମାନଙ୍କୁ ବିମୁଖ କରିଥିଲା। ଯାହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳିଥିଲା ନିକଟ ଅତୀତରେ ଶେଷ ହୋଇଥିବା ଦେଶର ତିନି ପ୍ରମୁଖ ରାଜ୍ୟ (ହିନ୍ଦୀ ହାର୍ଟଲାଣ୍ଡ) ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ। ଏହି ତିନି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଚିନ୍ତିତ ଥିବା ବିଜେପି ସପ୍ତଦଶ ନିର୍ବାଚନ ପୂର୍ବରୁ ଦେଶର ଭୋଟରମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଶେଷ ସୁଯୋଗ ରୂପେ ବ୍ୟବହାର କରିଥିଲା ନିଜର ଶେଷ ତଥା ଅନ୍ତରୀଣ ବଜେଟକୁ। ଏଥିରେ ମଧ୍ୟ ସଫଳ ହୋଇଥିଲା ବିଜେପି।

publive-image

ଏହିପରି ସମୟରେ ଜମ୍ମୁ- କଶ୍ମୀରର ପୁଲଓ୍ଵାମାରେ ଘଟିଥିବା ଆତଙ୍କବାଦୀ ହାମ୍‌ଲା ପରେ ଏହାକୁ ଏକ ସୁଯୋଗରେ ରୂପାନ୍ତରିତ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ କରିଥିଲା ଏୟାର ଷ୍ଟ୍ରାଇକ୍‌। ଭାରତୀୟ ବାୟୁସେନାର ଏହି ସଫଳ ଏୟାର ଷ୍ଟ୍ରାଇକ୍‌ ମଧ୍ୟ ଏବେ ବିଜେପି ପାଇଁ ଏକ ବରଦାନ ହେବାକୁ ଯାଉଛି। କାରଣ, ଚଳିତ ନିର୍ବାଚନରେ ୧୮ରୁ ୧୯ ବର୍ଷ ମଧ୍ୟରେ ଥିବା ୧.୫ କୋଟି ଯୁବା ଭୋଟର ପ୍ରଥମ ଥର ପାଇଁ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି; ଆଉ ଯେଉଁମାନେ କି ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗଭୀର ଭାବେ ପ୍ରଭାବିତ। ତେଣୁ, ଏହାର ସୁଫଳ ମଧ୍ୟ ଭୋଟ ଆକାରରେ ବିଜେପି ଆଡ଼କୁ ଯିବ ବୋଲି କହିଛନ୍ତି ସେଫୋଲୋଜିଷ୍ଟ ଭବେଶ ଝା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe