ଇସଲାମାବାଦ: ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ସୀମାରେ ଥିବା ରାୱଲପିଣ୍ଡିର ନୁର ଖାନ ସାମରିକ ଘାଟି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଘାଟି ଉପରେ ତାଲିବାନ ପକ୍ଷରୁ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି। ଫଳରେ ବ୍ୟାପକ ଧ୍ୱଂସ ଘଟିଛି।
ରାୱଲପିଣ୍ଡିର ନୁର ଖାନ ଏୟାରବେସ ଉପରେ ଆକ୍ରମଣ କଲା ଆଫଗାନିସ୍ତାନ
ଆଫଗାନିସ୍ତାନର ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଦାବି କରିଛି ଯେ, ସେମାନେ ପାକିସ୍ତାନର ସମ୍ପ୍ରତିକ ବିମାନ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ରାୱଲପିଣ୍ଡିର ନୁର ଖାନ ଏୟାରବେସ ଉପରେ ଆକ୍ରମଣ କରିଛନ୍ତି। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ କ୍ୱେଟାସ୍ଥିତ ୧ କର୍ପ୍ସ ଏବଂ ଅନ୍ୟାନ୍ୟ ପ୍ରମୁଖ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରାଯାଇଛି। ତାଲିବାନ ଅନୁଯାୟୀ, ଏହି ପ୍ରତିଶୋଧମୂଳକ ଆକ୍ରମଣ ଆବଶ୍ୟକ ଥିଲା କାରଣ ପାକିସ୍ତାନୀ ସେନା ପୂର୍ବରୁ କାବୁଲ ତଥା ବାଗ୍ରାମ ଭଳି ନିରାପଦ ଆଶ୍ରୟସ୍ଥଳଗୁଡ଼ିକୁ ଟାର୍ଗେଟ କରିବାକୁ ସାହସ କରିଥିଲା।
ତାଲିବାନ କହିଛି ଯେ ସେମାନଙ୍କର ବାୟୁସେନା ଖାଇବର ପଖତୁନଖ୍ୱାର ମହମ୍ମଦ ଏଜେନ୍ସି ଓ ଘେଲାନି ସାମରିକ ଘାଟି ଉପରେ ମଧ୍ୟ ଅତ୍ୟନ୍ତ ସଠିକ ଏବଂ ସଫଳ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣଗୁଡ଼ିକ ରାୱଲପିଣ୍ଡି ଭଳି ସୁରକ୍ଷିତ ବିବେଚିତ ଅଞ୍ଚଳଗୁଡ଼ିକରେ ମଧ୍ୟ ସାମରିକ କମାଣ୍ଡ କେନ୍ଦ୍ରଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ତାଲିବାନ ଏବେ ଏକ ସ୍ପଷ୍ଟ ଚେତାବନୀ ଦେଇଛି ଯେ, ଯଦି ପାକିସ୍ତାନୀ ବାୟୁସେନା ପୁନର୍ବାର ଦୁଃସାହସ କରେ ତେବେ ଆମେ ଅଧିକ ଘାତକ ଏବଂ କଠୋର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ଆଫଗାନିସ୍ତାନ ରାଜଧାନୀ କାବୁଲରେ ବିସ୍ଫୋରଣ ଏବଂ ପାକିସ୍ତାନୀ ଜେଟ୍ର ଅନୁପ୍ରବେଶ ସମଗ୍ର ଦକ୍ଷିଣ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ତେବେ ତାଲିବାନ ଦାବି ଉପରେ ପାକିସ୍ତାନ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ଦିଆଯାଇନାହିଁ। ସମଗ୍ର ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/03/02/blast-in-pakistan-2026-03-02-09-34-04.jpg)