ୱାସିଂଟନ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସେନା ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ(ଆଇ୍ଆର୍ଜିସି)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ଦାବି କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ୪୭ ବର୍ଷ ମଧ୍ୟରେ ୧,୦୦୦ ରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ପାଇଁ ଆଇ୍ଆର୍ଜିସି ଦାୟୀ। ଏହା ସହିତ ଆମେରିକା ଆଇ୍ଆର୍ଜିସିର ମୁଖ୍ୟାଳୟକୁ ଧ୍ୱଂସ କରିଥିବାରୁ ଭିଡିଓ ଜାରି କରିଛି।
ଆମେରିକା ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଅଛି
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏନେଇ ବିବୃତି ଦେଇ ଏହି କାର୍ଯ୍ୟକୁ ସାପର ମୁଣ୍ଡ କାଟିବା ଭାବରେ ବର୍ଣ୍ଣନା କରିଛି। ଏହା ସହ କମାଣ୍ଡ କହିଛି ଯ, ଆମେରିକା ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଅଛି । ବର୍ତ୍ତମାନ ଆଇ୍ଆର୍ଜିସିର କୌଣସି ମୁଖ୍ୟାଳୟ ନାହିଁ।
ଇସ୍ରାଏଲ ସେନା ଦାବି କରିଛି ଯେ, ୧୨ରୁ ଅଧିକ ଇରାନୀ ସାମରିକ କମାଣ୍ଡ ସେଣ୍ଟର ଉପରେ ଆକ୍ରମଣ କରାଯାଇଛି। ଏଥିରେ ଆଇ୍ଆର୍ଜିସି ସହିତ ଜଡିତ କେନ୍ଦ୍ର, ଗୁପ୍ତଚର ମୁଖ୍ୟାଳୟ, ଆଇ୍ଆର୍ଜିସି ବାୟୁସେନା କମାଣ୍ଡ ସେଣ୍ଟର ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ମୁଖ୍ୟାଳୟ ଅନ୍ତର୍ଭୁକ୍ତ। ଇସ୍ରାଏଲର ବିବୃତି ଅନୁଯାୟୀ, ଏହି ଆକ୍ରମଣ ଇରାନର କମାଣ୍ଡ ଏବଂ ନିୟନ୍ତ୍ରଣ କ୍ଷମତାକୁ ଏକ ବଡ଼ ଆଘାତ ଦେଇଛି।
ଆହୁରି ପଢ଼ନ୍ତୁ: Foreign Liquor Seized କାର୍ ସହ ୮୮୦ ବୋତଲ ବିଦେଶୀ ମଦ ଜବତ: ଡ୍ରାଇଭର ଗିରଫ, ବେପାରୀ ଫେରାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/03/02/us-claims-2026-03-02-09-06-42.jpg)